Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଓଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା । ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡ଼ିଏ ଲୋକାଭିମୁଖୀ କାର୍ଯ୍ୟର କରିବେ ଶିଳାନ୍ୟାସ। ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ : ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ

ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ସବୁ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗାଁର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା। ଜନଜାତି ବର୍ଗଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ସଶକ୍ତୀକରଣ, ଉନ୍ନତ ଜୀବନ ଶୈଳୀ ଦିଗରେ ନୂଆ ସୂର୍ଯ୍ୟୋଦୟ ଆଣିବା ଯୋଜନାର ଲକ୍ଷ୍ୟ। ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister will give another big gift to Odisha on Gandhi Jayanti | Argus News