ବରଗଡ଼ବାସୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର

ଅର୍ଗସ ବ୍ୟୁରୋ: ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ। ବରଗଡ଼ବାସୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହେବ ICU ସେବା । ଆଜି ନୂଆ କ୍ରିଟିକାଲ କେୟାର ୟୁନିଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବରଗଡ଼ ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସରେ ନବ ନିର୍ମିତ ଦୁଇ ମହଲା କୋଠା, ବରଗଡ଼ବାସୀଙ୍କ ପାଇଁ ହେବ ବରଦାନ। 50 ସଜ୍ଜ୍ୟା ବିଶିଷ୍ଟ ଏହି କ୍ରିଟିକାଲ କେୟାର ସେଣ୍ଟର ଦୀର୍ଘ ଦିନର ଦାବି ହୋଇଥିବା ବେଳେ ଆଜି ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ICUର ବ୍ୟବସ୍ଥା ନଥିବାରୁ ରୋଗୀଙ୍କୁ ବୁର୍ଲା ଭିମସାର କିମ୍ବା କଟକ ବଡମେଡିକାଲକୁ ରେଫର କରାଯାଉଥିଲା। କ୍ରିଟିକାଲ କେୟାର ସେଣ୍ଟରରେ 10ଟି ଆଇସିୟୁ ବେଡ୍ ରହିଥିବା ବେଳେ ଏଚଡିୟୁ ୟୁନିଟ୍, ଜରୁରୀକାଳୀନ ବିଭାଗ, ମାଇନର୍ ଓଟି, ଡାଇଲିସିସ୍ ସେବା, ଅପରେସନ୍ ଥିଏଟର, ଲେବର ରୁମ୍ ଆଦି ସେବା ପାଇପାରିବେ ରୋଗୀ। 18 କୋଟି ବ୍ୟୟରେ ନିର୍ମାଣ ହୋଇଛି କ୍ରିଟିକାଲ କେୟାର ସେଣ୍ଟର । ଏହାସହିତ ଆଜି ଭିଡିଓ କନଫରେନସ୍ ମାଧ୍ୟମରେ ଖୋର୍ଦ୍ଧା ଚନ୍ଦକା ଥାନା ବିଞ୍ଜଗିରି କେନ୍ଦ୍ରୀୟ ଯୋଗ ଓ ନେଚରପାଥୀ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଗୋଠପାଟଣାରେ ଇଷ୍ଟର୍ଣ୍ଣ ଜୋନ ଡ୍ରଗ୍ସ ଟେଷ୍ଟିଂ ୟୁନିଟ ପ୍ରତିଷ୍ଠା କରିବେ ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: