Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା

Manini Pattanayak
Browse all articles by Manini Pattanayak
·2 years ago·2 min read
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା

ଭୁବନେଶ୍ୱର:  ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା । ଜଳ ସମ୍ପଦର ବନିଯୋଗ ନ ହେବା 25 ବର୍ଷ ଅପାରଗତାର ନମୁନା । ବିଜେଡିକୁ ଲଗାତାର ସମର୍ଥନର ଏ କ'ଣ ପୁରସ୍କାର । ବଦଳରେ ରେଢାଖୋଲବାସୀଙ୍କୁ ଧୋକା ଦେଇଛନ୍ତି ବିଜେଡି ସରକାର ।

ରେଢାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ ଖୋଲି ଦେଲେ ବିଜେଡି ସରକାରଙ୍କ 25 ବର୍ଷର ଆପାରଗତାର ପୋଲ। ତାହା ପୁଣି ଖୋଦ୍ ନବୀନ, ପାଣ୍ଡିଆନଙ୍କ ଉପସ୍ଥିତିରେ। 2014 ଓ 2019ରେ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ ରୋହିତ ପୂଜାରୀ। ନବୀନ ସରକାରରେ ମନ୍ତ୍ରୀ ବି ବନିଥିଲେ। କିନ୍ତୁ ରାସ୍ତା ହେଉକି ପିଇବା ପାଣି ରୋଢାଖୋଲର ମୌଳିକ ସମସ୍ୟା ସମାଧାନରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ ରୋହିତ। ଯାହାକି ସିଏ ନିଜେ ସ୍ବୀକାର ବି କରିଥିଲେ। 

 ଏବେ ରୋହିତଙ୍କ ଅପାରଗତାକୁ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି ପ୍ରସନ୍ନ। ତେଣୁ ତାଙ୍କ ଉପରକୁ ଆଙ୍ଗୁଳି ଉଠିବା ପୂର୍ବରୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚାହିଁଛନ୍ତି ଏହି ବିଜେଡି ଭେଟେରାନ୍। କିନ୍ତୁ ରୋହିଙ୍କୁ ଦୋଷୀ କରି ରେଢାଖୋଲବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିପାରିବେ କି ପ୍ରସନ୍ନ। ତାଙ୍କ କହିବା ହେଲା ରେଢାଖୋଲରେ ରହିଛି ଜଳ ସମ୍ପଦର ଭଣ୍ଡାର। ଯାହାର ସଦବିନିଯୋଗ କରାଯାଇଥିଲେ ଚାଷୀଙ୍କ କ୍ଷେତକୁ ଓ ଲୋକଙ୍କ ଘରକୁ ପଣି ପହଞ୍ଚିପାରିଥାନ୍ତା। କିନ୍ତୁ 25 ବର୍ଷ ଧରି ବିଜେଡିକୁ ରେଢାଖୋଲବାସୀଙ୍କ ନିରନ୍ତର ସମର୍ଥନ ସତ୍ତ୍ବେ ନା ଜଳସେଚନ ହେଲା ନା ଲୋକଙ୍କ ଘରେ ପାନୀୟ ଜଳ ପହଞ୍ଚିଲା। ରେଢାଖୋଲର 109ଟି ଗାଁକୁ ପିଇବା ପାଣି ପହଞ୍ଚାଇବା ପାଇଁ 2019ରୁ କଦଳିଗଡ଼ରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଆଜିଯାଏ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ। ଯାହାକୁ ନେଇ ଏକ୍ସରେ ପୋଷ୍ଟ କରିବା ସହ ବିଜେଡି ସରକାର ଉପରେ ବର୍ଷି ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ପ୍ରଶ୍ନ କରିଥିଲେ ଏହା କଣ 25 ବର୍ଷ ଶାସନରେ ରୂପାନ୍ତରଣ ?
ରେଢାଖୋଲ ପରି ସାରା ଓଡ଼ିଶାରେ ଅମାପ ପ୍ରାକୃତିକ ସମ୍ପଦ ଭରି ରହିିଥିଲେ ବି 25 ବର୍ଷ ଲଗାତାର ସରକାରରେ  ଥାଇ ବି ତାର ସଦବିନିଯୋଗ କରିପାରିଲେନି ନବୀନ ସରକାର। ଯେଉଁଥିପାଇଁ ଧନୀ ଓଡ଼ିଶାର ଲୋକେ ଆଜି ଗରିବ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ବିଜେଡି ସରକାରଙ୍କ ଉପରେ କରୁଛନ୍ତି ପ୍ରହାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ଭେଟେରାନ ପ୍ରସନ୍ନ ଭୁଲିଯାଇଛନ୍ତି ସେ ପୂର୍ବରୁ ଏଠାରୁ ବିଧାୟକ ନିର୍ବାଚିତ ହୋଇ ମନ୍ତ୍ରୀ ବି ବନିଥିଲେ। ଆଉ  ପାଣ୍ଡିଆନ କହିଥିଲେ ବିଜେଡିରେ ପ୍ରାର୍ଥୀଙ୍କର ନାହିଁ କୌଣସି ଔକାତ୍ 147 ଆସନରେ ନବୀନଙ୍କ ଚେହେରାରେ ଲଢାଯାଉଛି ନିର୍ବାଚନ। ଯଦି ଶ୍ରେୟ ନବୀନଙ୍କର ତାହାଲେ ରେଢାଖୋଲରେ 25 ବର୍ଷର ଅପାରଗତାର ଉତ୍ତରଦାୟିତ୍ବ ବି କାହିଁକି ତାଙ୍କର ହେବ ନାହିଁ। ସେଥିପାଇଁ ଚତୁର ପ୍ରସନ୍ନ ନିଜ ଉପରକୁ ପ୍ରଶ୍ନ ଆସିବା ପୂର୍ବରୁ ନବୀନଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗ ଉଠାଇ ବିଜେଡି ସୁପ୍ରିମୋଙ୍କୁ ଦେଖାଇଦେଇଛନ୍ତି ତାଙ୍କ ଅପାରଗତାର ଆଇନା।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Prime Minister's language in the face of Prasanna Acharya | Argus News