|
logo
Live

Argus News - ବିଦ୍ୟାଳୟରେ ମଦ୍ୟପାନ କରି ପ୍ରଧାନଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ 

Odisha

ବିଦ୍ୟାଳୟରେ ମଦ୍ୟପାନ କରି ପ୍ରଧାନଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ 

Smruti Parija
Browse all articles by Smruti Parija
·1 year ago
ବିଦ୍ୟାଳୟରେ ମଦ୍ୟପାନ କରି ପ୍ରଧାନଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ 

ଭୁବନ: ବିଦ୍ୟାଳୟରେ ମଦ୍ୟପାନ କରି ପ୍ରଧାନଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ । ଏହି ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ନୂଆଟିପିଲେଇ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମୁର୍ମୁ ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଯାଇଥିବାବେଳେ ଶିକ୍ଷାଦାନ ସମୟରେ ଶ୍ରେଣୀ ଗୃହରେ ମଦ୍ୟପାନ କରି ଶୋଇ ରହିଥିଲେ । 


ପାଠପଢା ପାଇଁ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଡାକି ଡାକି ନିରାଶ ହେବାପରେ ଅବିଭାବକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ତେବେ ଏହି ଘଟଣାକୁ କେନ୍ଦ୍ର କରି ଭୁବନ ବ୍ଲକ ଶିକ୍ଷା ଅଧିକାରୀ ଅଦୈତ କୁମାର ସାମଲ ବିଧିବଦ୍ଧ ଭାବେ ତଦନ୍ତ କରିବା ପରେ ମଦ୍ୟପ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ ଘୋଷଣା କରିଛନ୍ତି । ତେବା ଏହା ପୂର୍ବରୁ ମଠଖୋକସା ବିଦ୍ୟାଳୟରୁ ଏହି ପ୍ରଧାନଶିକ୍ଷକ ମଦ୍ୟପାନ କରି ନିଲମ୍ବିତ ହୋଇଥିବା ଖବର ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଦ୍ୟାଳୟରେ ମଦ୍ୟପାନ କରି ପ୍ରଧାନଶିକ୍ଷକ କାର୍ଯ୍ୟରୁ ନିଲମ୍ବିତ  | Argus News