ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର
·1 year ago

ଅର୍ଗସ ବ୍ୟୁରୋ: ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର ହୋଇଛନ୍ତି। ଫେରାର କଏଦୀ ଜଣକ ବରଗଡ଼ ସଦର ଥାନା ସଂୟା ଗାଁ ର ବାବାଜୀ ଛୁରିଆ ବୋଲି ଜଣା ପଡିଛି । ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ଜଣା ପଡ଼ିଛି ।
ପୋକସୋ କୋର୍ଟରେ ହାଜର କରି ପୋଲିସ ଜେଲକୁ ନେବାପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକ୍କା ଦେଇ କଏଦୀ ଜଣକ ଫେରାର ମାରିଥିବା ସୂଚନା ମିଳିଛି। କଏଦୀକୁ ଧରିବା ପାଇଁ ବରଗଡ଼ ସହରରେ ଛାନ ମାରୁଛି ପୋଲିସ। ୫ ବର୍ଷ ଧରି ବରଗଡ଼ ଜେଲରେ ସଜା କଟୁଥିଲା ବାବାଜୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: