Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-3, ଯୋଗ ଦେବେ ପୃଥ୍ୱୀରାଜ ହରିଚନ୍ଦନ

Odisha

ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-3, ଯୋଗ ଦେବେ ପୃଥ୍ୱୀରାଜ ହରିଚନ୍ଦନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-3, ଯୋଗ ଦେବେ ପୃଥ୍ୱୀରାଜ ହରିଚନ୍ଦନ

ଅର୍ଗସ ବ୍ୟୁରୋ:  ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ ଆର୍ଗସ୍ ନ୍ୟୁଜ୍ ର ‘ODISHA HEALTH CONNECT SEASON 3’ ନାମକ ଏକ ସ୍ୱାସ୍ଥ୍ୟ କନକ୍ଲେଭ ଆୟୋଜନ ହେବ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୂର୍ତ୍ତ, ଆଇନ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ । ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ହିନ୍ଦୁଜା ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଶ୍ରୀ ଗୌତମ ଖାନ୍ନା । ଦେଶର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିବେ ।  ଏହି କନକ୍ଲେଭରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହେବ।  ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି ।

ତଥାପି ଆଜି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ । ସେହି ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିବ । ଲୋକଙ୍କ ଉଚିତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ କ'ଣ ପ୍ରତିବନ୍ଧକ ରହୁଛି । କଣ ପଦକ୍ଷେପ ନିଆଗଲେ କିପରି ଜଣେ ସାଧାରଣ ଲୋକଟିଏ  ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବ ? ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କଣ ରହିଛି ଆହ୍ୱାନ ?  ଏହି ଉଦ୍ଦେଶ୍ୟରେ ନଭେମ୍ୱର ୯, ୨୦୨୪ରେ ଅର୍ଗସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ‘ଅର୍ଗସ ହେଲ୍ଥ କନେକ୍ଟ ସିଜିନ -3' ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prithviraj Harichandan to join Argus Odisha Health Connect Season-3 | Argus News