Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

48 ଘଣ୍ଟାରେ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ଜମା ନେଇ ଦେଲେ ପ୍ରତିଶ୍ରୁତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
48 ଘଣ୍ଟାରେ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ଜମା ନେଇ ଦେଲେ ପ୍ରତିଶ୍ରୁତି

ଅର୍ଗସ ବ୍ୟୁରୋ:  ବରଗଡ଼ରେ ଚାଷୀଙ୍କ ପ୍ରତି ଅବହେଳାକୁ ନେଇ ମୋଦିଙ୍କ ହୁଙ୍କାର। କହିଲେ ରାଜ୍ୟରେ କୃଷି ଓ କୃଷକ ବିରୋଧୀ ସରକାର ନାହିଁ ଦରକାର। ଓଡ଼ିଶାର ଚାଷୀଙ୍କୁ ମିଳୁନି ଧାନ ଧାର୍ଯ୍ୟ ସହାୟକ ମୂଲ୍ୟ। ବିଜେପି ସରକାର ଗଢିଲେ ଛତିଶଗଡ଼ ପରି ଓଡ଼ିଶା ଚାଷୀଙ୍କୁ ମିଳିବ ଧାନ କ୍ବିଣ୍ଟାଲ ପିଛା 31 ଶହ ଟଙ୍କାର ଏମସପି। ଧାନ ବିକିବାର 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ହେବ ଟ୍ରାନ୍ସଫର। ନିର୍ବାଚନରେ ଦିଲ୍ଲୀର ଆପ୍ ସରକାର ମଡେଲରେ ରାଜ୍ୟବାସୀଙ୍କୁ 100 ୟୁନିଟ ମାଗଣା ବିଜୁଳି ଲୋଭ ଦେଖାଇଛି ବିଜେଡି। ଶାସକ ଦଳର ମାଗଣା ବିଜୁଳି ଇସ୍ତାହାରକୁ ପିଏମ କରିଛନ୍ତି କାଉଣ୍ଟର। କହିଛନ୍ତି କେନ୍ଦ୍ରର ପିଏମ ସୂର୍ଯ୍ୟଘର ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଡବଲ ଫାଇଦା। 100 ୟୁନିଟ୍ ନୁହେଁ ସଂପୂର୍ଣ୍ଣ ମାଗଣା ବିଜୁଳି ସହ ବିକ୍ରି  କରିବାର ବି ମିଳିବ ସୁବିଧା। ତେବେ ଏଥିପାଇଁ ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର।

ଦୀର୍ଘ 25 ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ଗରିବୀ ବୋଝରୁ ବାହାରକୁ ଆଣିବାରେ ବିଫଳ ହୋଇଛି । କ୍ଷମତା ଲୋଭରେ ରାଜ୍ୟବାସୀଙ୍କୁ କେନ୍ଦ୍ରୀୟ ଯୋଜନାର ଫାଇଦା ନେବାରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର। ଚାଷୀ ଲ୍ୟାଣର ଗ୍ୟାରେଣ୍ଟି ସହ ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ପାଇଁ ବିଜେପି ସରକାର କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Promised to deposit the money in the farmer's bank account in 48 hours | Argus News