Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରମ୍ବାର ମିଳୁଛି ପ୍ରତିଶ୍ରୁତି, ଦାବି ପୂରଣ ବିଫଳ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବାରମ୍ବାର ମିଳୁଛି ପ୍ରତିଶ୍ରୁତି, ଦାବି ପୂରଣ ବିଫଳ

ଅର୍ଗସ ବ୍ୟୁରୋ:  ବାରମ୍ବାର ମିଳୁଛି ପ୍ରତିଶ୍ରୁତି, ଦାବି ପୂରଣ ବିଫଳ । ୨୦ରୁ ଅନିର୍ଦ୍ଦିଷ୍ଟକାଳ ଯାଏ ଅସହଯୋଗ କରିବେ ଆୟୁଷ ଡାକ୍ତର ସଂଘ। ଓଡିଶା ଆୟୁଷ ଡାକ୍ତର ସଂଘ ପକ୍ଷରୁ ରାଜ୍ୟରେ ୧୬ ବର୍ଷରୁ ଚୁକ୍ତିଭିକ ଭାବରେ ସି.ଏଚ୍.ସି/ପି.ଏଚ୍.ସିରେ କାର୍ଯ୍ୟ କରୁଛନ୍ତି। ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରିବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଛି । ହେଲେ ଦୀର୍ଘ ବର୍ଷ ବିତିଯାଇଛି ହେଲେ ଏ ପର୍ଯ୍ୟନ୍ତ ନିୟମିତ କରାଗଲା ନାହିଁ। ତେଣୁ ଏନେଇ ଆୟୁଷ ଡାକ୍ତର ସଂଘ ଆସନ୍ତା ମାର୍ଚ୍ଚ ୨୦ ତାରିଖ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ସଂଘ । ମାର୍ଚ୍ଚ ୧୫ ତାରିଖରେ ହୋଇଥିବା ଶେଷ କ୍ୟାବିନେଟରେ ଆୟୁଷ ଡ଼ାକ୍ତରମାନଙ୍କୁ ନିୟମିତ କରାଯିବ ବୋଲି ଘୋଷଣା କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା।

ତେଣୁ ଏନେଇ ନିନ୍ଦା କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବାକୁ ନିଷ୍ପତି ନେଇଛନ୍ତି।  ଆଗାମୀ ମାର୍ଚ୍ଚ ମାସ ୨୦ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋଗୀ ସେବାକୁ ଛାଡିଦେଲେ ବାକି ସମସ୍ତ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛି ସଂଘ। ରାଜ୍ୟରେ ୧୪୮୫ଟି ସି.ଏଚ୍.ସି/ପି.ଏଚ୍.ସିରେ ୧୧୨୬ ଜଣ ଆୟୁଷ ଡାକ୍ତର ଚୁକ୍ତିଭିକ ଭାବରେ କାର୍ଯ୍ୟ କରୁଛନ୍ତି। 
ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତି ଓଆରଭି ଅନୁଯାୟୀ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଆୟୁଷ ଡାକ୍ତରଙ୍କ ନିୟମିତ ହୋଇପାରିଲା ନାହିଁ।

୨୦୧୯ ସାଧାରଣ ନିର୍ବାଚନରୁ ୨୦୨୪ ସାଧାରଣ ନିର୍ବାଚନ ଯାଏ ପାଖାପାଖୁ ୫ ବର୍ଷକାଳ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଠାରୁ ଆରମ୍ଭ କରି ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଏପରିକି ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସାସ୍ଥ୍ୟ ସଚିବ ସମସ୍ତେ ଆୟୁଷ ଡାକ୍ତର ଙ୍କୁ ନିୟମିତ କରିବାକୁ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଥିଲେ। ଯଦି ତୁରନ୍ତ ଦାବି ପୂରଣ ନହୁଏ ତେବେ ମାର୍ଚ୍ଚ ୨୦ ତାରିଖଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଦେଇଛି ଆୟୁଷ ଡାକ୍ତର ସଂଘ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Promises are repeatedly made, demands failed to be fulfilled | Argus News