Videos
|
Odisha

ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଯୋଜନାରେ ସିମିତ ଦୁର୍ଗମର ବିକାଶ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଯୋଜନାରେ ସିମିତ ଦୁର୍ଗମର ବିକାଶ

ଅର୍ଗସ ବ୍ୟୁରୋ:  ୨୫ବର୍ଷର ସ୍ଥାୟୀ ପୂର୍ବସରକାରଙ୍କ ବିକାଶ ବାହାସ୍ପୋଟୋର ସତ୍ୟତା ବଖାଣୁଛି ତୁଝେର ଗାଁ। ରାୟଗଡା କାଶୀପୁର ବ୍ଳକ ଡଙ୍ଗାସିଲି ପଂଚାୟତର ତୁଝେର ଗାଁ । ପାହାଡ ଜଙ୍ଗଲ ମଧ୍ୟରେ ଥିବା ଏକ ଛୋଟ ଗାଁ। ଯେଉଁଠି ଆଜିବି ପହଞ୍ଚିନି ସରକାରଙ୍କ ପକ୍କା ସଡକ ଯୋଜନା। ସେଥିପାଇଁତ ଆଜିବି ନାଲି ମାଟିର ରାସ୍ତା ଏମାଙ୍କ ପାଇଁ ଲାଇଫ୍ ଲାଇନ। ରାସ୍ତା ଏମିତି ଯେ ଅସରାଏ ବର୍ଷା ହେଲେ ପୁରା ରାସ୍ତା କାଦୁଅ ପଚପଚ ହୋଇ ଯାଏ। ଯାଉଁଥିରେ ଚାଲିକି ଯିବା ମୁସ୍କିଲ। ହେଲେ ଏହାକୁ ପକ୍କା କରିବାକୁ କାହାର ଆଗ୍ରହ ନାହିଁ।

ପ୍ରାୟ ୧୦୦ ପରିବାରଙ୍କ ଲାଇଫ ଲାଇନ୍ ଏହି ରାସ୍ତା। ତିନିଖଣ୍ଡ ଗାଁର ଲୋକ ଏହା ଉପରେ ନିର୍ଭର କରନ୍ତି। ଅନ୍ୟ ଦିନେ ଯେନତେନ କରି ଏହିରାସ୍ତା ଉପରେ ଲୋକେ ନିର୍ଭର କରି ଚଳୁଥିବା ବେଳେ ବର୍ଷା ଦିନେ ଏହା ଉପରେ ନିର୍ଭର କରିବା କଷ୍ଟକର ହୋଇପଡେ। ଖାଲି ରାସ୍ତା କାହିଁକି ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ୧୦୦ ପରିବାର ପାଇଁ ଅଛି ଗୋଟିଏ ମାତ୍ର ନଳକୂପ ତାହା ବି ଅଚଳ , ତେଣୁ ଲୋକେ ବାଧ୍ୟ ହୋଇ ଚୁଆ ପାଣି ଛାଣି ପିଉଛନ୍ତି। ପ୍ରାରମ୍ଭିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ନାହିଁ । ବିଗତ ସରକାରରେ ନେତାମନ୍ତ୍ରୀଙ୍କୁ ଅନେକ ଗୁହାରି ପରେ ମଧ୍ୟ ସ୍ଥିତି ସୁଧିରିଲା । ପ୍ରତିଶ୍ରୁତି ବଦଳରେ ମିଳିଛି ପ୍ରତାରଣା । ଏବେ ସରକାର ବଦଳିଲା ନୂଆ ସରକାରଙ୍କ ନିକଟରେ ପୁଣି ପ୍ରତିଶ୍ରୁତିର ଆଶା ବାନ୍ଧିଛନ୍ତି ତୁଝେରବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Promises become deceptions | Argus News