Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଦୁର୍ଗମବାସୀଙ୍କୁ ସେତୁ ଧୋକା

Odisha

ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଦୁର୍ଗମବାସୀଙ୍କୁ ସେତୁ ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଦୁର୍ଗମବାସୀଙ୍କୁ ସେତୁ ଧୋକା

ଅର୍ଗସ ବ୍ୟୁରୋ:  କଥା ଦେଇଥିଲେ ଶୀଘ୍ର ପୋଲ ନିର୍ମାଣ କରିବେ ମାତ୍ର ବର୍ଷ ପରେ ବର୍ଷ ବିତିଲା ଦୁର୍ବଳିଆ ଅଣ ଓସାରିଆ ପୋଲ ଉପରେ ଲୋକେ କରୁଛନ୍ତି ଯାତାୟାତ l ଦୁର୍ଗମ ବାସୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ମରଣଯନ୍ତା l ନୂଆପଡା ବୋଡେ଼ନ ଠାରୁ ଭଇଁସାଦାନୀ ପଞ୍ଚାୟତ ଓ ବୋଏରଗାଁ ପଞ୍ଚାୟତକୁ ଯିବାକୁ ରାସ୍ତା। ଦୁଇଟି ପଞ୍ଚାୟତ ବାସୀଙ୍କ ପାଇଁ ଏହି ପୋଲ ଲାଇଫ୍ ଲାଇନ୍। ମାତ୍ର ନିମ୍ନମାନର ପୋଲ ଞ୍ଚଳବାସୀଙ୍କ ପାଇଁ ସାଜିଛ ଚିନ୍ତାର କାରଣ।

ରାସ୍ତା ବଣ ପାହାଡ଼ ଘେରା ଭଇସାଦାନୀ ପଞ୍ଚାୟତ ର ମୁଖ୍ୟ ରାସ୍ତା l ପଞ୍ଚାୟତ ଯିବା ବାଟରେ ପଡେ ଯୁଜଘାଟ ନାଳ । ତା ଉପରେ ତିଆରି ହୋଇଛି ଏହି ଦୁର୍ବଳିଆ ପୋଲ l ଦୀର୍ଘ ବର୍ଷ ହେଲା ଏହା ଉପରେ ସୁଉଚ୍ଚ ପୋଲ ନିର୍ମାଣ କରିବାକୁ ଲୋକେ ଦାବୀ କରୁଥିବା ବେଳେ ପ୍ରଶାସନ ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।ପ୍ରତିଶ୍ରୁତି ଦେଇଥିଲେ ସ୍ଥାୟୀ ପୋଲ କରିବେ । ମାତ୍ର ଦୁର୍ଗମବାସୀଙ୍କ ଦୁରାବସ୍ଥ କଥା ଭୁଲିଗଲା ପ୍ରଶାସନ। ଏବେ ଦୁର୍ବଳ ପୋଲ ଉପରେ ବିପଦପୁର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Promises have become deceit, the bridge problem to the poor people | Argus News