Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

24 ବର୍ଷର ସ୍ଥିର ସରକାରର ଅପାରଗତାର ପ୍ରମାଣ

Manini Pattanayak
Browse all articles by Manini Pattanayak
·2 years ago·2 min read
24 ବର୍ଷର ସ୍ଥିର ସରକାରର ଅପାରଗତାର ପ୍ରମାଣ

କେନ୍ଦ୍ରାପଡା:  ଉପାନ୍ତରୁ ଉପକୂଳ ଦାଦନ ଯନ୍ତ୍ରଣାରେ ଜର୍ଜରିତ ସାରା ଓଡ଼ିଶା। 24 ବର୍ଷର ସ୍ଥିର ସରକାରର ଅପାରଗତାର ପ୍ରମାଣ। ଦକ୍ଷିଣ ଆଫ୍ରିକାରୁ ଶବ ହୋଇ ଫେରିଲେ କେନ୍ଦ୍ରାପଡ଼ା ଆଳିର ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲାରୁ ରାଜ୍ୟର ଦୁଇ ଦୁଇ ଜଣ ଟାଣୁଆ ମନ୍ତ୍ରୀ। କଣ କରୁଛନ୍ତି ବାକ୍ୟବୀର ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ?  କେନ୍ଦ୍ରାପଡ଼ା ଆଳି ଥାନା ଅଧୀନ ମାନପୁର ଗାଁରେ ଶୋକର ଛାୟା। ପରିବାର ପୋଷିବାକୁ 7 ମାସ ତଳେ ସୂଦୂର ଦକ୍ଷିଣ ଆଫ୍ରିକା ଯାଇଥିଲେ ଦିବାକର ଜେନା। କିନ୍ତୁ ପେରିଲେ ଶବ ହୋଇ। ଡିସେମ୍ବର 15 ତାରିଖରେ ଘର ଲୋକଙ୍କ ସହ କଥା ହୋଇଥିଲେ, କିନ୍ତୁ ପରଦିନ ସକାଳେ ଆସିଲା ଦିବାକରଙ୍କ ମୃତ୍ୟୁ ଖବର। ପ୍ରଶାସନକୁ ବାରମ୍ବାର ଗୁହାରି ପରେ ଦୀର୍ଘ 24 ଦିନ ପରେ ଆସିଛି ମୃତଦେହ। ଦିବାକରଙ୍କ ଶରୀରରେ କ୍ଷତଚିହ୍ନ ଅଛି। ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଘର ଲୋକଙ୍କୁ କହିଥିଲେ ଦିବାକର। କମ୍ପାନୀ ପାସପୋର୍ଟ ଛଡ଼ାଇ ରଖିଥିବା କହିଥିଲେ। ଦିବାକରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ପରିଜନ।  

 ମୃତ ଦାଦନ ଶ୍ରମିକ ଦିବାକରଙ୍କ ଘର ଥିବା କେନ୍ଦ୍ରାପଡ଼ାର ଏ ଅଞ୍ଚଳ ରାଜ୍ୟର ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନୀ କ୍ଷେତ୍ର। କଥା କଥାରେ ବିରୋଧୀଙ୍କୁ ଟାର୍ଗେଟ୍ କରୁଥିବା ନିଜ ସରକାରର ବିକାଶର ଡିଣ୍ଡିମ ପିଟୁଥିବା ବାକ୍ୟବୀର ପ୍ରତାପ ଦେବ ନିଜ ଅଞ୍ଚଳର ଯୁବକଙ୍କ ଦାଦନ ଦୁର୍ଦ୍ଦଶା ଓ ଅକାଳ ମୃତ୍ୟୁ କାହିଁକି ଚୁପ୍ ? ଆସନ୍ତୁ ଶୁଣିବା ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟିକୁ କେମିତି ବଡ଼ ବଡ଼ କଥା କହିଥିଲେ ଶିଳ୍ପମନ୍ତ୍ରୀ।
 କେବଳ ପ୍ରତାପ ଦେବଙ୍କ ନିର୍ବାଚନମଣ୍ଡଳୀ ଆଳି ନୁହେଁ, ପୁରା କେନ୍ଦ୍ରାପଡ଼ା ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ। ଜିଲ୍ଲାର ମୋଟ ଜନସଂଖ୍ୟା 17 ଲକ୍ଷ ହୋଇଥିବାବେଳେ ସେଥିରୁ ପ୍ରାୟ 10 ଲକ୍ଷ ଲୋକ ବାହାରେ ଦାଦନ ଖଟୁଛନ୍ତି। ବିଜେଡି ସରକାରର 24 ବର୍ଷ ଭିତରେ କେବଳ ରାସ୍ତାଘାଟକୁ ଛାଡିଦେଲେ ଜିଲ୍ଲାରେ ବିକାଶ କହିଲେ ଶୂନ। ଚାଷ ଜମିକୁ ଜଳସେଚନ ନାହିଁ, ଶିକ୍ଷା, ପର୍ଯ୍ୟଟନ ଓ ଆର୍ଥିକ ଉନ୍ନତି କ୍ଷେତ୍ରରେ କେନ୍ଦ୍ରାପଡ଼ା ତଳ ଆଡୁ ପ୍ରଥମ। ଜିଲ୍ଲାର ଏ ଅବସ୍ଥା ସେତେବେଳେ ଯେତେବେଳେ ଏ ଜିଲ୍ଲାରୁ ଏବେ ଅଛନ୍ତି ରାଜ୍ୟର ଦୁଇ ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ।

ପ୍ରତାପ ଦେବଙ୍କ ଭଳି ବିଜେଡିର ଆଉ ଜଣେ ଟାଣୁଆ ନେତା ଅତନୁ ସବ୍ୟସାଚୀ ବି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଅଛନ୍ତି । ପ୍ରଶ୍ନ ହେଲା ଏମାନେ କେଉଁ କାମକୁ ବୋଲି ଅଭିଯୋଗ କରୁଛନ୍ତି କେନ୍ଦ୍ରାପଡ଼ାବାସୀ।   କେନ୍ଦ୍ରାପଡ଼ା ଆଳିର ଦିବାକରଙ୍କ ଭଳି ଦୁର୍ଦ୍ଦଶା ଭୋଟିଛନ୍ତି ନବରଙ୍ଗପୁରର ବଳି ଯାନି। ପରିବାର ପାଇଁ 20 ଦିନ ହେଲା ଦାଦନ ଖଟିବାକୁ ଯାଇଥିବା ବଝରିଗାଁ ବ୍ଲକ୍ ଚିକିଲି ଗାଁର ଏ ବଳିଙ୍କର ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକର ଛାୟା। ଦିନ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶାର କାହାଣୀ। ପ୍ରଶ୍ନ ହେଲା 24 ବର୍ଷର ସ୍ଥିର ଶାସନ ପରେ ବି କାହିଁକି ଦାଦନ ଖଟୁଛନ୍ତି ଓଡ଼ିଆ ? ରାଜ୍ୟରେ ଅପାର ସମ୍ଭାବନା ସତ୍ବେ କାହିଁକି ସୃଷ୍ଟି ହେଉନାହିଁ ନିଯୁକ୍ତି ? ଇଏ ଅପାରଗତାର ପ୍ରମାଣ ନୁହେଁ ତ ଆଉ କଣ ? କେନ୍ଦ୍ରାପଡ଼ାରୁ ବିଭୁ ପ୍ରସାଦ ମହାନ୍ତି ଓ ଝରିଗାଁରୁ ଜୟଶ୍ରୀ ଦାସ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
There are two strong ministers of the state from Kendrapara | Argus News