Videos
|
Odisha

ସାରା ରାଜ୍ୟରେ ବିଜେଡି ସରକାରର ମିଛ ବିକାଶର ପ୍ରଚାର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସାରା ରାଜ୍ୟରେ ବିଜେଡି ସରକାରର ମିଛ ବିକାଶର ପ୍ରଚାର
  • ସାରା ରାଜ୍ୟରେ ବିଜେଡି ସରକାରର ମିଛ ବିକାଶର ପ୍ରଚାର
  • କାଳିଆ ଯୋଜନା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ବି ଧୋକା 
  • ଭଦ୍ରକ ଓ ଝାରସୁଗୁଡ଼ାରେ ଲୋକେ ଧରିଲେ ଶାସକ ଦଳର ଚଞ୍ଚକତା
  • ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନାଁରେ ମାଳ ମାଳ ମିଛ ପ୍ରଚାର ଧରିଛନ୍ତି ଜନତା

ଅର୍ଗସ ବ୍ୟୁରୋ:  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅସୁରାଳି ପଞ୍ଚାୟତର ପର୍ଶୁରାମ ସାହୁ। ଜଣେ କ୍ଷୁଦ୍ର ଚାଷୀ। ପ୍ରତିବର୍ଷ ଧାର ଉଧାର କରି ଚାଷ କରନ୍ତି। ତାଙ୍କୁ କାଳିଆ ଯୋଜନା ବା ଅନ୍ୟ କୌଣସି ସରକାରୀ ଯୋଜନାରେ ସହୟତା ମିଳିବାର ନାଁ ଗନ୍ଧ ନାହିଁ। କିନ୍ତୁ ଆମ ପଞ୍ଚାୟତ ଆମ ବିକାଶ ପୁସ୍ତିକାରେ ଦେଖାଯାଇଛି ପର୍ଶୁରାମଙ୍କ ଫଟୋ। ସେ ଚାଷ ପାଇଁ ୨୫ ହଜାର ଟଙ୍କାର ଅନୁଦାନ ପାଇଥିବା ଦେଖାଯାଇଛି । କାଳିଆ ଯୋଜନା ନାଁରେ ମିଛ ପ୍ରଚାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ଅସନ୍ତୋଷ । ସ୍ଥାନୀୟ ସରପଞ୍ଚ ବି ଏହାକୁ ନିନ୍ଦା କରିଛନ୍ତି।

ବିଜେଡି ଶାସନରେ ମିଛ ପ୍ରଚାରର ଆଉ ଏକ ଗୁମର ଖୋଲିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସୁନାରୀ ପଞ୍ଚାୟତରେ। କିଛି ଦିନ ତଳେ ଏଠି ହୋଇଥିଲା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପ ସମ୍ପର୍କିତ ବୁକ୍ ଲେଟ୍ ବଣ୍ଟାଗଲା। ସୁନାରୀ ପଞ୍ଚାୟତରେ ଥିବା ଦୁଇଟି ମନ୍ଦିରକୁ ମିଳିନାହିଁ ଟଙ୍କାଟିଏ ସରାକାରୀ ଅନୁଦାନ । ଗୋଟିଏ ହେଉଛି ମାଁ ବୁଢ଼ାସାହାଜ ମନ୍ଦିର ଅନ୍ୟଟି ହେଉଛି ଶନି ମନ୍ଦିର । ଗାଁ ଲୋକେ ନିଜସ୍ୱ ଅର୍ଥରେ ଏ ମନ୍ଦିର ତିଆରି କରିଛନ୍ତି। କିନ୍ତୁ ଏହାକୁ ସରକାରୀ ଯୋଜନାର ଅଂଶ ବୋଲି ଦେଖାଇ ମିଛ ପ୍ରଚାର କରାଯାଇଛି।

ସରକାର ଟଙ୍କାଟିଏ ବି ଖର୍ଚ୍ଚ ନ କରି ଏହାକୁ ସରକାରୀ ଅନୁଦାନ ବୋଲି ଦେଖାଇ ପ୍ରଚାର କରିବାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।କେବଳ କାଳିଆ କି ଆମ ଓଡ଼ିଶା ନବୀନ ଓଡ଼ିଶା ନୁହେଁ ଅଧିକାଂଶ ସରକାରୀ ଯୋଜନା ନାଁରେ କରାଯାଉଛି ମିଛ ପ୍ରଚାର। ସାରା ରାଜ୍ୟରେ BSKY ର ମିଛ କାହାଣୀ କହି ଲୋକଙ୍କୁ ଧୋକା ଦେଉଛନ୍ତି ବିଜେଡି ସରକାର। କେନ୍ଦୁଝର ତେଲକୋଇ ବ୍ଲକ୍ ସରେଇ ଗାଁର ବିଶାଖା ସେଠୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମିଳିନଥିଲେ ବି ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ତାଙ୍କ ଫଟୋ ବିଏସକେୱାଇର ସଫଳ ହିତାଧୀକାରୀ ଭାବେ ଛପାଯାଇଛି। ଏହାର ପ୍ରତିବାଦ କଲେ ପିଏମ ଆବାସ ପାଇଁ ମିଳିବାକୁ ଥିବା ବିଲ ବନ୍ଦ କରିଦେବାକୁ ଧମକ ଦେଲେ ଜିଆରଏସ୍।

ବରଗଡ଼ ଅମ୍ବାଭନାରେ ବିଏସକେୱାର ମିଛ ପ୍ରଚାର ପାଇଁ ସଧବାଙ୍କୁ ବିଧବା ସଜାଇଦେଇଥିଲେ ରାଜ୍ୟ ସରକାର। ଏଠାରେ ବି ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ଛପାଯାଇଛି ମିଛ କାହାଣୀ। କିଛି ଦିନ ତଳେ  ବିଏସକେୱାଇର ମିଛ  ପ୍ରଚାରକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଏସକେୱାଇ ଯୋଜନାରେ ସବୁ ହିତାଧିକାରୀ ଉପକୃତ ହୋଇପାରୁନାହାନ୍ତି। ଏଥିପାଇଁ ସାରା ଦେଶ ଭଳି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ବାରମ୍ବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ରାୟଗଡ଼ା ମୁନିଗୁଡ଼ା, ନୂଆପଡା ଓ ଢେଙ୍କାନାଳରେ ବି ବିଏସକେୱାଇ ନାଁରେ ମିଛ ପ୍ରଚାରର ଗୁମର ଖୋଲିଥିଲା। ଏବେ ପ୍ରଶ୍ନ କାହାକୁ ଖୁସି କରିବା ପାଇଁ ବିଏସକେୱାଇର ମିଛ ପ୍ରଚାରରେ ମାତିଛନ୍ତି ବିଜେଡି ସରକାର। ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ ମିଥ୍ୟା ତଥ୍ୟର ସୌଦାଗର କହି ସମାଲୋଚନା କରିଆସୁଛନ୍ତି ବିରୋଧୀ। କାହିଁକି ଏଭଳି ଚଞ୍ଚକତା, ଏହାର ଜବାବ ଅଛି କି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: