Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର

Odisha

ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର

ଅର୍ଗସ ବ୍ୟୁରୋ:  ସ୍ୱଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ  ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର ।  ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି  ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।

ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Propagation of native seed protection | Argus News