ଶୋଇଥିବା ବେଳେ ନିଆଁ ଲାଗି ଜଳି ଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଖୋର୍ଦ୍ଧା: ବିଳମ୍ବିତ ରାତ୍ରି ରେ ଡିଗଂର ଗ୍ରାମରେ ଘଟିଛି ଅଘଟଣ। ଘରେ ଶୋଇଥିବା ବେଳେ ସର୍ଟସର୍କିଟ ନିଆଁ ଲାଗି ଜଳି ଗଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି। ଆଉ ଏଥିରେ ଅଳ୍ପରେ ବଚିଂଯାଇଛି ଜୀବନ। ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଗଂର ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପରିବାର ଗତକାଲି ଘରେ ଶୋଇଥିବା ସମୟରେ ହଠାତ୍ ତାର ପୋଡା ଗନ୍ଧ ହେବାରୁ ରାମଚନ୍ଦ୍ରଙ୍କ ପତ୍ନୀ ଉଠି ଦେଖିବା ବେଳକୁ ଘର ହୁତୁହୁତୁ ହୋଇ ଜଳୁଛି। ସଗେଂ ସଗେଂ ପରିବାର ସଦଦ୍ୟ ଙ୍କୁ ଉଠାଇ ଘରର ପଛପଟ କବାଟ ଖୋଲି ଘରୁ ସୁରକ୍ଷିତ ଭାବେ ଆସିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ କିଏ ଘର ଭିତରକୁ ପସିବାକୁ ସାହାସ କରିନଥିଲେ ଯାହା ଫଳରେ ଆଖି ଆଗରେ ଜଳି ଯାଇଥିଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି।
ତାହା ଅଗ୍ନିକାଣ୍ଡ ର ତାପ ଫଳରେ ଛାତ ସହ କାନ୍ଥ ଫାଟି ଯାଇଥିଲା । ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଜଳି ଛାରଖାର ହୋଇଯାଇଛି। ରାତ୍ରି ୧ ଟା ସମୟରେ ଘରେ ଶୋଇଥିବା ବେଳେ କୁଲରରୁ ହଠାତ୍ ସର୍ଟସାର୍କିଟ ଯୋଗୁ ଗୋଟିଏ ବଖରା ସମ୍ପୂର୍ଣ୍ଣ ପୋଡି ଜଳି ନଷ୍ଟ ହେବା ସହ ଘରେ ଥିବା ଲକ୍ଷାଧିକ ଟଙ୍କା ର କୁଲର। ଓ୍ବାସିଗଂ ମେଶିନ, ଇନଭଟର, ଟିଭି ଫ୍ୟାନ ସାମଗ୍ରୀ ସହ ବହୁ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇ ଯାଇଛି। ନିଆଁ ତିବ୍ରତା ଭୟାନକ ଥିଲା ବେଳେ ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ହେଲେ ଖବରର ଦେଢ ଘଣ୍ଟା ପରେ ଅଗ୍ନି ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର