ଜବରଦଖଲ ମୁକ୍ତ ନ ହେଲେ ଆନ୍ଦୋଳନ ଚେତାବନୀ
·2 years ago

ଅର୍ଗସ ବ୍ୟୁରୋ: ଜବରଦଖଲକାରୀଙ୍କ କବଜାରେ ଗାଁ ଶ୍ମଶାନ ଖେଳ ପଡିଆ, ବିରୋଧରେ ଗ୍ରାମବାସୀଙ୍କ ମେଳି। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ତହସିଲ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରୁ ଏହି ମାମଲା ସାମନାକୁ ଆସିଛି। ପାଖାପାଖି ୯ଏକରରୁ ଉର୍ଦ୍ଧ୍ବ ଠାକୁର ଘର ଶ୍ମଶାନ ଜମିକୁ କବଜା କରି ରଖାଯାଇଛି।
ସ୍ଥାନୀୟ ପ୍ରଶାସନ ଓ ଶାସକ ଦଳ ନେତାଙ୍କୁ ହାତ ବାରିଶି କରି ଏହି ଚଞ୍ଚକତା କରାଯାଇଛି। ତାର ବାଡ଼ ଦେଇ ଉକ୍ତ ଜାଗାକୁ ଜବରଦଖଲ କରାଯାଇଛି। ଦେବୋତ୍ତର କମିସନରଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିବା ସତ୍ତ୍ଵେ ସମସ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି। ଏହି ଜମିକୁ ଜବରଦଖଲକାରୀଙ୍କ କବଜାରୁ ମୁକ୍ତ ନକଲେ ଆଗାମୀ ସମୟରେ ଥାନା, ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
