Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୋସୋ-ଆମ୍ବଗଡ଼ିଆ ରାସ୍ତାରେ ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ

Odisha

ସୋସୋ-ଆମ୍ବଗଡ଼ିଆ ରାସ୍ତାରେ ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ

Ritu Das
Browse all articles by Ritu Das
·2 years ago·1 min read
ସୋସୋ-ଆମ୍ବଗଡ଼ିଆ ରାସ୍ତାରେ ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ

ଅର୍ଗସ ବ୍ୟୁରୋ: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ସୋସୋ-ଆମ୍ବଗଡ଼ିଆ ରାସ୍ତାକଡ଼ରେ  ନୂଆ କରି ଖୋଲା ଯାଉଥିବା ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରିଛନ୍ତି ସୋସୋ ପଞ୍ଚାୟତର ମହିଳାମାନେ। ବିଦ୍ୟାଧରପୁର ଠାରେ ଥିବା ମଦଦୋକାନକୁ ପ୍ରଶାସନ ବନ୍ଦ କରିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ନିକଟରେ ଦୁଇ ଦୁଇଟି ମହାବିଦ୍ୟାଳୟ, ସ୍କୁଲ, ମନ୍ଦିର, ଡାକ୍ତରଖାନା ଆଦି ଥିବାବେଳେ ଏଠାରେ ମଦ ଦୋକାନ ହେଲେ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି। 

ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ଜେସିବିରେ କନିଆଁ ଘରକୁ ଗଲା ବର

ଏଠାରେ ମଦ  ମଦ ଦୋକାନ ନ ଖୋଲିବାକୁ ତିନି ମାସ ହେଲା  ଲୋକେ ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଆସୁଛନ୍ତି। ଏପରିକି ମଦଦୋକାନ ଖୋଲା ଯାଇଥିବା ଘରଟି ଏକ ବିଜୁ ପକ୍କାଘର ହୋଇଥିଲା ବେଳେ କିପରି ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଲୋକେ।  ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଏହାର ପ୍ରତିବାଦରେ ସୋସୋ, ବାରିଗାଁ ଆଦି ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧାରଣାରେ ବସିଛନ୍ତି।  ଯଦି ପ୍ରଶାସନ କିଛି ପଦକ୍ଷେପ ନ ନିଏ ତେବେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ମହିଳାମାନେ। ଖବର ପାଇ ହାଟଡ଼ିହି ତହସିଲଦାର, ଅତିରିକ୍ତ ତହସିଲଦାର, ସୋସୋ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Protest against opening | Argus News