Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାସକୁ ଦୁଇ ହଜାର ଟଙ୍କା ଦରମା ଦାବିରେ ୱାର୍ଡ ମେମ୍ବରଙ୍କ ବିକ୍ଷୋଭ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମାସକୁ ଦୁଇ ହଜାର ଟଙ୍କା ଦରମା ଦାବିରେ ୱାର୍ଡ ମେମ୍ବରଙ୍କ ବିକ୍ଷୋଭ 

କଟକ:  ମାସକୁ ଦୁଇ ହଜାର ଟଙ୍କା ଦରମା ଦାବି କରି ୱାର୍ଡ ମେମ୍ବରଙ୍କ ବିକ୍ଷୋଭ। ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ ସହିତ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ । ରାଜ୍ୟ ସରକାର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କଠୁ ଆରମ୍ଭ କରି ନାଏବ ସରପଞ୍ଚ ମାନଙ୍କର ଦରମା  ବୃଦ୍ଧି କରିଛନ୍ତି। କିନ୍ତୁ ୱାର୍ଡ ମେମ୍ବରମାନଙ୍କୁ ମାତ୍ର ଭତ୍ତା ୪୮୦ ଘୋଷଣା କରିବାରୁ ୱାର୍ଡ ମେମ୍ବରଙ୍କ ମନରେ ଘୋର ଅସନ୍ତୋଷ ଦେଖା ଦେଇଛି।

ମାସକୁ ଦୁଇ ହଜାର ଟଙ୍କା ଦାବି କରି କଟକ ସଦର ବ୍ଲକ ଅଧିନସ୍ତ ପରମହଂସ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୱାର୍ଡ ମେମ୍ବରଙ୍କ କହିବା କଥା ସରକାରଙ୍କ ଜନ ହିତକାରୀ ଯୋଜନାକୁ ଆମେ ଘରେ ଘରେ ପହଂଚାଉଛୁ ହେଲେ ସରକାର ଆମକୁ ପୋଷ୍ୟ ସନ୍ତାନ ଭଳି ଦେଖୁଛି। ଯଦି ଆମ ଦାବୀକୁ ଅଣ ଦେଖା କରନ୍ତି ତାହା ହେଲେ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ୱାର୍ଡ ମେମ୍ବରଙ୍କ ଦାବି ଯତାର୍ଥ ବୋଲି କହିବା ସହ ସରପଞ୍ଚ ପରୋକ୍ଷରେ ସମର୍ଥନ କରିଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Protest by ward members demanding Rs 2,000 per month | Argus News