ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗଙ୍କ ବିକ୍ଷୋଭ

ପୁରୀ: ଦିବ୍ୟାଙ୍ଗଙ୍କ ନିର୍ବାଚନ ଅସହଯୋଗ ଧମକ। ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପ୍ରାୟ 40 ଜଣ ଦିବ୍ୟାଙ୍ଗ ଦିବ୍ୟାଙ୍ଗ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ 5T ଅଧକ୍ଷଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ରମରେ ମିଳିଥିବା ପ୍ରତିଶ୍ରୁତି ପୂରଣ ନହେବାରୁ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଭିନ୍ନକ୍ଷମ ଵ୍ୟକ୍ତି ମାନେ।
କିଛିଦିନ ପୂର୍ବରୁ ପିପିଲିରେ 5T ଅଧକ୍ଷ ଅଭିଯୋଗ ଶୁଣାଣି କରିବା ସମୟରେ କିଛି ଦିବ୍ୟାଙ୍ଗ ବ୍ୟକ୍ତି ସେମାନଙ୍କ ପାଇଁ ଟ୍ରାଇ ସାଇକେଲ ହେଉ,,କିମ୍ବା କିଛି ଦୋକାନଘର ହେଉ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିନା ଫଣ୍ଡରୁ ସେମାନଙ୍କୁ ସହାୟତା ପାଇଁ ଅଧକ୍ଷଙ୍କୁ ଜଣାଇବା ପରେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଜିଲ୍ଲାପାଳ ଏ ସମ୍ପର୍କରେ କୌଣସି ପଦକ୍ଷେପ ନନେବାରୁ ପ୍ରାଯ 40 ଜଣ ଭିନ୍ନକ୍ଷମ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର