Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ଡ୍ରେନେଜ ଏବଂ ରାସ୍ତା ପାଇଁ ରାଜ ରାସ୍ତାରେ ପ୍ରତିବାଦ

Banajyotshna Ray
Browse all articles by Banajyotshna Ray
·2 years ago
ଗାଁକୁ ଡ୍ରେନେଜ ଏବଂ ରାସ୍ତା ପାଇଁ ରାଜ ରାସ୍ତାରେ ପ୍ରତିବାଦ

ଅର୍ଗସ ବ୍ୟୁରୋ: ଗାଁକୁ ଡ୍ରେନେଜ ଏବଂ ରାସ୍ତା ପାଇଁ ରାଜ ରାସ୍ତାରେ ନିଆରା ପ୍ରତିବାଦ । ୨୫ ବର୍ଷ ସ୍ଥାୟୀ ଶାସନ ବନାମ ମିଛ ପ୍ରତାରଣା କେବଳ ହୋଡ଼ିଙ୍ଗ ବ୍ୟାନରେ ସୀମିତ । ରାୟଗଡା ଜିଲ୍ଲା ପେଣ୍ଟl ପଞ୍ଚlୟତ ଜିଞ୍ଜଲି ବାଡ଼ି ଅଞ୍ଚଳ । ଅନେକଥର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଲିଖିତ ସୂଚନା ଦେବା ପରେ ମଧ୍ୟ ଫଳ ସୁନ, ଶେଷରେ ଗାଁର ମହିଳା ଏବଂ ଯୁବକ ମାନେ ମିଳିତ ହୋଇ ଏପରି ପନ୍ଥା ଅପଣେଇଛନ୍ତି  । ରାଜ ରାସ୍ତା ଅବରୋଧ ନକରି ଯିବା ଆସିବା ଗାଡି ଚାଳକଙ୍କୁ ଅଟକାଇବା ସହିତ ହାତରେ ଫ୍ଲାଗ କାର୍ଡ ଏବଂ ଥାଳି ଥରି ଭିକ୍ଷା ମାଗି ନିଆରା ପ୍ରତିବାଦ କରୁଛନ୍ତି । ଏବଂ ରାଜ୍ୟ ସରକାରଙ୍କ  ବିନା ସହଯୋଗରେ ଭିକ୍ଷା ମାଗି ରାସ୍ତା ନିର୍ମାଣ ପାଇଁ ଏହି ପ୍ରତିବାଦ ମାଧ୍ୟମରେ ସୁଚାଇଉଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Protests on Road for drainage and roads to the village | Argus News