Videos
|
Odisha

ମହିଳା ଚାଷୀଙ୍କୁ ପନିପରିବା ଚାଷ ଉପରେ ତାଲିମ ପ୍ରଦାନ

Ritu Das
Browse all articles by Ritu Das
·2 years ago·1 min read
ମହିଳା ଚାଷୀଙ୍କୁ ପନିପରିବା ଚାଷ ଉପରେ ତାଲିମ ପ୍ରଦାନ

ଅର୍ଗସ ବ୍ୟୁରୋ: ମହିଳା ଚାଷୀ ମାନଙ୍କୁ ପନିପରିବା ଚାଷ ଉପରେ ତାଲିମ ପ୍ରଦାନ କରାଯାଇଛି। ବୌଦ୍ଧ ବ୍ଲକ ବଘିଆପଡା ପାଳଝାର ସ୍ଥିତ ରାଷ୍ଟ୍ରୀୟ ଉଦ୍ୟାନ ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ନାବାର୍ଡ ସହାୟତାରେ 15ଦିନ ପାଇଁ 30ଜଣ ସ୍ୱୟଂ ସହାୟିକା ମହିଳା ପରିବା ଚାଷୀ ମାନଙ୍କୁ ନେଇ ପରିବା ଚାଷରୁ ବିହନ ପ୍ରସ୍ତୁତି ଓ ବିକ୍ରିବଟା କରି ଅର୍ଥନୌତିକ ଅଭିବୃଦ୍ଧି ସହିତ ସ୍ୱାବଲମ୍ବୀ ହେବା ପାଇଁ ତାଲିମ ଶିବିର ଶୁଭ ଉଦଘାଟନ ହୋଇଯାଇଛି। 
ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ଆମଠାପଡା ଆୟୋଜନ କରିଥିବାବେଳେ ପିସପୁଲ ସୋସାଇଟି ସହାୟତା କରିଥିଲେ। ଏହି ଅବସରରେ ଏକ ଉଦଘାଟନୀ ସଭା ଆୟୋଜନ ହୋଇଥିଲା। ସାଲୁଙ୍କି କମ୍ପାନୀ ନିର୍ଦ୍ଦେଶକ ଶୁକଦେବ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସାଲୁଙ୍କି କମ୍ପାନୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ କୃତ୍ତିବାସ ପଲିଆ ମଞ୍ଚ ପରିଚାଳନା କରିଥିଲେ। 

ପିସପୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ ଅତିଥି ମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ନିର୍ଦ୍ଧେଶକ ତୁଷାର ଆମ୍ବ୍ରେ, ମୁଖ୍ୟବକ୍ତା ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗେନ୍ଦ୍ର ନାରାୟଣ ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ଡିଡିଏମ ନାବାର୍ଡ ସତ୍ୟ ସ୍ୱସୃପ ବିଦାନ୍ତ , କୃଷି ବିଜ୍ଞାନୀ ଡ଼ା ସମାପିକା ଦଳେଇ,ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରର ଯାନ୍ତ୍ରିକ ଅଧିକାରୀ ରଞ୍ଜିତ କୁମାର ଦାଶ, ବଘିଆପଡା ସରପଞ୍ଚ ଅନୁଶ୍ରୀ ଦୀପ,ମଞ୍ଚାସୀନ ଥାଇ ଉଦବୋଧନ ଦେବା ସହିତ ତାଲିମ ପ୍ରଦାନ ଦେଇଥିଲେ। ସାଲୁଙ୍କି କମ୍ପାନୀର ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ, ଗୀତାଞ୍ଜଳି ରଣବିଡା, ହିମାଦ୍ରି ପ୍ରଧାନ, ଶୋଭାଗିନୀ ଭୋଇ, ସଦସ୍ୟ କେଦାର ନାଥ ରଣବିଡା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପିସପୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Providing training | Argus News