Videos
|
Odisha

ବିଜେଡିର ହେଭିୱେଟଙ୍କୁ ଜନତାଙ୍କ ବିରୋଧ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡିର ହେଭିୱେଟଙ୍କୁ ଜନତାଙ୍କ ବିରୋଧ

ଅର୍ଗସ ବ୍ୟୁରୋ:  ବିଜୁ ଜନତା ଦଳର ବଡ଼ ନେତା ହେଲେ ହଟହଟା। ବିଜେଡିର ହେଭିୱେଟଙ୍କୁ ଜନତାଙ୍କ ବିରୋଧ।  ପାଣି ସମସ୍ୟା ନେଇ ବଡ଼ମ୍ବାରେ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ ଘେରିଲେ ଲୋକେ। ଘଣ୍ଟାଏରୁ ଅଧିକ ସମୟ ଧରି ଅଟକ ରହିଲେ ବିଜେଡି ବିଧାୟକ। ଘଟଣା ନରସିହଂପୁର ବଡ଼ମ୍ବା ନିର୍ବାଚନମଣ୍ଡଳୀ କମଳାଡିହର। ଯେଉଁଠିକୁ ନିଜ ପାଇଁ ପ୍ରଚାର ପାଇଁ ଯାଇଥିଲେ ବିଜେଡି ବିଧାୟକ ତଥା ଏଥରର ଦଳୀୟ ପ୍ରାର୍ଥୀ ଦେବୀ ମିଶ୍ର। ସେଠାରେ ଏକ ଜନସଭାର ଆୟୋଜନ କରାଯାଇଥିଲା। କିନ୍ତୁ ସଭା ଆରମ୍ଭରୁ ଲୋକେ ଦେବୀ ମିଶ୍ରଙ୍କୁ ବିରୋଧ କଲେ।

ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥିବାବେଳେ ବାରମ୍ବାର ଦାବି ସତ୍ବେ ବିଧାୟକ ସମାଧାନ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ବସୁଧା ଯୋଜନା ଏଠି ଫେଲ୍। ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଫଳରେ ପ୍ରତିବାଦ କରିବା ପାଇଁ ସଭା ସ୍ଥାନକୁ ଲୋକେ ବାଲଟି, ଗରା ଆଦି ଧରି ଆସିଥିଲେ। ବିଧାୟକଙ୍କୁ ଲୋକେ ଘେରାଉ କରି ପାଣି ସମସ୍ୟା ନେଇ ପ୍ରଶ୍ନ କରିଥିଲେ। ଦେବୀ ମିଶ୍ର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ଲୋକେ ସନ୍ତୁଷ୍ଟ ହୋଇନଥିଲେ। ଏମିତି ପ୍ରାୟ ଘଣ୍ଟାଏ ଧରି ବିଧାୟକଙ୍କୁ ଘେରାଉ କରି ରଖିଥିଲେ ଲୋକେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ବିଧାୟକ ସେଠାରୁ ପଳାଇ ଯାଇଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Public opposition to BJDs heavyweights | Argus News