Videos
|
Odisha

PUC check / ଏପ୍ରିଲ ପହିଲାରୁ କଡ଼ାକଡ଼ି ହେଉଛି ପିୟୁସିସି ଯାଞ୍ଚ, ମାର୍ଚ୍ଚ ୩୧ସୁଦ୍ଧା ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ପିୟୁସିସି କରିଛନ୍ତି

Bikash Mohanty
Browse all articles by Bikash Mohanty
·6 months ago·2 min read
ଏପ୍ରିଲ ପହିଲାରୁ କଡ଼ାକଡ଼ି ହେଉଛି ପିୟୁସିସି ଯାଞ୍ଚ, ମାର୍ଚ୍ଚ ୩୧ସୁଦ୍ଧା ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ପିୟୁସିସି କରିଛନ୍ତି
PUC Checking

Key Points

ଏପ୍ରିଲ ପହିଲାରୁ ପ୍ରଦୂଷଣ ପ୍ରମାଣପତ୍ରର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି
ପିୟୁସିସି ନଥିଲେ ଜୋରିମାନା ଆଦାୟ ହେଉଛି
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୁଚନା

ଭୁବନେଶ୍ୱର,୦୩/୦୪: ଏପ୍ରିଲ ପହିଲାରୁ ପ୍ରଦୂଷଣ ପ୍ରମାଣପତ୍ରର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ମାନେ ପିୟୁସିସି କରିନାହାନ୍ତି ନିୟମ ଅନୁସାରେ ସେମାନଙ୍କ ଠାରୁ ଜୋରିମାନା ଆଦାୟ ହେଉଛି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। 

ଗତ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ପିୟୁସିସି ନୂତନ ଭାବେ କରିଛନ୍ତି । ପୂର୍ବରୁ ପିୟୁସିସି ସେଣ୍ଟରର ଅଭାବ ଥିଲା, ବର୍ତ୍ତମାନ ଆଉ ନାହିଁ । ନୂତନ ଭାବେ ପିୟୁସିସି ଖୋଲିବା ନେଇ ଆବେଦନକାରୀଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଲାଇସେନ୍ସ ଦିଆଯାଉଛି । ସମସ୍ତେ ନିୟମକୁ ପାଳନ କରି ପିୟୁସିସି କରିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ଗତକାଲି ଠାରୁ କଡ଼ାକଡ଼ି ହେଉଛି PUCC ଯାଞ୍ଚ । ଧରାପଡ଼ିଲେ ଗଣୁଛନ୍ତି ୧୦ ହଜାର ଟଙ୍କା ଜରିମାନା। କାଲି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିବା ବେଳେ ଗତକାଲି ଠାରୁ ଜୋରାଦାର ହୋଇଛି ଯାଞ୍ଚ । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏଁ ଚାଲିବ । ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହା ସହ ଅମାନିଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି ।

ପଢନ୍ତୂ ଏହି ଖବର: କଡ଼ାକଡ଼ି ହେଉଛି ଯାଞ୍ଚ: ସାର୍ଟିଫିକେଟ ନଥିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ଦିଆଯାଇଥିବା ମାର୍ଚ୍ଚ ୩୧ ସମୟସୀମା ଶେଷ ହୋଇଥିବାରୁ, ଏପ୍ରିଲ ୨ ଠାରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି । ସୂଚନାଯୋଗ୍ୟ ଯେ, ପରିବହନ ବିଭାଗ ଏହି ଜୋରିମାନା କମାଇବା ପାଇଁ ପ୍ରସ୍ତାବ ଦେଇଛି, କିନ୍ତୁ ବର୍ତ୍ତମାନ ପୁରୁଣା ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ପେଟ୍ରୋଲ ପମ୍ପଗୁଡ଼ିକରେ ଷ୍ଟିକର ଦେଖାଇବା ପରେ ହିଁ ଗାଡ଼ିରେ ତେଲ ପକାଇବା ପାଇଁ ନିର୍ଦ୍ଦେଶ ରହିଛି ।
ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ୍ ଷ୍ଟିକର୍ ଦିଆଯାଉଛି, ଯାହା ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଯାଞ୍ଚ ଭୟରେ ଭୁବନେଶ୍ୱରର ବିଭିନ୍ନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।

ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ‎ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ।

ତେବେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ‎କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାକି PUCC ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ସରକାର । କିନ୍ତୁ କାଲିଠାରୁ PUCC ନଥିଲେ ଆଉ ଛଡ଼ା ଯାଉନାର୍ହି। ଫାଇନ ଆଦାୟ ହେଉଛି।

Related Topics

Explore more stories