Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pollution Test Fraud / ପଲ୍ୟୁସନ ଟେଷ୍ଟରେ ସବୁ ଗାଡ଼ି ପାସ୍, ଯଦି ପରୀକ୍ଷାରେ ସମସ୍ତେ ପାସ୍ ତେବେ ଫାଇନ କାହିଁକି ?

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ପଲ୍ୟୁସନ ଟେଷ୍ଟରେ ସବୁ ଗାଡ଼ି ପାସ୍, ଯଦି ପରୀକ୍ଷାରେ ସମସ୍ତେ ପାସ୍ ତେବେ ଫାଇନ କାହିଁକି ?
Pollution Test

Key Points

ପଲ୍ୟୁସନ ଟେଷ୍ଟରେ ସବୁ ଗାଡ଼ି ପାସ୍
୨ ମାସର ଗାଡ଼ି ପାସ୍, ୧୫ ବର୍ଷର ଗାଡ଼ି ବି ପାସ୍
ନା କେହି ଫେଲ୍ ନା କାହାର କିଛି ସମସ୍ୟା
ନା ସେଣ୍ଟରକୁ ଗାଡ଼ି ଆସିଲା ନା ଟେଷ୍ଟ ହେଲା, କିନ୍ତୁ OK ହୋଇଗଲା ଟେଷ୍ଟ । ପଲ୍ୟୁସନ୍ ସାର୍ଟିଫିକେଟ୍ ବି ମିଳିଲା । ଗୋଟିଏ ଦୁଇଟି ନୁହେଁ ରାଜ୍ୟରେ ଲକ୍ଷ ଲକ୍ଷ ଗାଡ଼ି ଏମିତି ପଲ୍ୟୁସନ୍ ସାର୍ଟିଫିକେଟରେ ଚାଲୁଛି । ଭୁବନେଶ୍ବରରେ ଅର୍ଗସର ରିୟଲିଟି ଚେକରେ ସାମ୍ନାକୁ ଆସିଛି ପଲ୍ୟୁସନ୍ ଚେକିଂ ନାଁରେ ଚାଲିଥିବା ଭୟଙ୍କର କେଳେଙ୍କାରୀ । ଘଟଣାର ପର୍ଦ୍ଦାଫାସ୍ ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଜାଲି ପଲ୍ୟୁସନ ସାର୍ଟି ଫିକେଟ ବାହାର କରୁଥିବା ୪୨ଟି ପଲ୍ୟୁସନ ସେଣ୍ଟରର ଲାଇସେନ୍ସ ରଦ୍ଦ କରଯାଇଛି । ଆହୁରି ସାଂଘାତିକ କଥା ହେଲା ପ୍ରାୟ ୬୦ ଲକ୍ଷ ଗାଡିର ପଲିୟୁସନ ସାର୍ଟିଫିକେଟ ନାହିଁ ।

ରାଜ୍ୟରେ ଫେବୃଆରୀ ପହିଲାରୁ ଲାଗୁ ହେବ ନୋ ପିୟୁସି, ନୋ ପେଟ୍ରୋଲ ନିୟମ । ଏଥିପାଇଁ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟର ଆଗରେ ପ୍ରବଳ ଭିଡ଼ । ତେବେ ପଲ୍ୟୁସନ୍‌ ପରୀକ୍ଷାରେ ପାସର ମାପ ଦଣ୍ଡ କ'ଣ ? ଗାଡ଼ିରୁ ବାହାରୁ ଥିବା ଧୂଆଁର ପରିମାଣ କ'ଣ ? ସରକାର ନିର୍ଦ୍ଧାରଣ କରିଥିବା ମାପଦଣ୍ଡ ଅନୁସାରେ କେଉଁ ଗାଡ଼ିରୁ କେତେ ଧୁଆଁ ବାହାରୁଥିବା ଦରକାର । କେତେ ଧୁଆଁ ବାହାରିଲେ ଗାଡ଼ି ପ୍ରଦୂଷଣ ପରୀକ୍ଷାରେ ଫେଲ ବୋଲି କୁହାଯିବ । ରାସ୍ତା କଡ଼ରେ ପଲ୍ୟୁସନ୍ ଟେଷ୍ଟିଂ ଭେଇକିଲ ସେଣ୍ଟରରେ ବସିଥିବା ବ୍ୟକ୍ତିମାନେ ଦେଇଛନ୍ତି ଭିନ୍ନ ଭିନ୍ନ ମତ । କେହି କେହି ମେସିନ ଅଟୋମଟିକ ରିପୋର୍ଟ୍ ଦେଉଛି ବୋଲି କହୁଛନ୍ତି ତ ଆଉ କିଏ ଡିଜେଲ୍ ଗାଡ଼ି କଥା କହି ପ୍ରସଙ୍ଗକୁ ଆଡେଇ ଦେଇଛନ୍ତି ।

BS 2, BS 4, BS 6 ଗାଡ଼ି ସହ ପେଟ୍ରୋଲ ଓ ଡିଜେଲ୍ ଗାଡ଼ି ପାଇଁ ସରକାରୀ ସ୍ତରରେ ରହିଛି ବିଭିନ୍ନ ପରିମାପକ । ହେଲେ କିଛି ବି ସରକାରୀ ନିୟମକୁ ଅନୁଧ୍ୟାନ ନ କରି ସମସ୍ତଙ୍କୁ ପଲ୍ୟୁସନ୍‌ ସାର୍ଟିଫିକେଟ ମିଳୁଥିବା ଅଭିଯୋଗ ହେଇଛି । କେବଳ ସେତିକି ନୁହେଁ ବିନା ଟେଷ୍ଟିଂରେ ବି ଅଧିକାଂଶ ସ୍ଥାନରେ ପଲ୍ୟୁସନ୍‌ ସାର୍ଟିଫିକେଟ ମିଳୁଥିବା ଅଭିଯୋଗ ହେଉଛି । ଗାଡ଼ି ଗୋଟିଏ ସ୍ଥାନରେ ସାର୍ଟି ଫିକେଟ ବାହାରୁଛି ଆଉ ଗୋଟିଏ ସ୍ଥାନରୁ । ଏ ଅଭିଯୋଗକୁ ଅମୂଳକ କହି ହେବନି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଜାଲି ପଲ୍ୟୁସନ ସାର୍ଟି ଫିକେଟ ବାହାର କରୁଥିବା ୪୨ ପଲ୍ୟୁସନ୍‌ ସେଣ୍ଟରର ଲାଇସେନ୍ସ ରଦ୍ଧ କରଯାଇଛି । ରାଜ୍ୟରେ ଗଡ଼ୁଥିବା ୧ କୋଟି ୧୭ ଲକ୍ଷ ଗାଡ଼ି ଭିତରୁ ୫୦ରୁ ୬୦ ଲକ୍ଷ ଗାଡ଼ିର ପଲ୍ୟୁସନ୍‌ ସାର୍ଟିଫିକେଟ ନାହିଁ ।

ସେପଟେ କେବଳ ଅନଲାଇନ ନୁହେଁ RTO ଅଫିସ ଯାଇ ଅଫଲାଇନରେ ମଧ୍ୟ ଚାଲାଣ ପୈଠ କରିବା ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ ପରେ ଜାରି ହୋଇଛି ଟୋଲ ଫ୍ରି ନମ୍ବର୍ । କାହାର କିଛି ସମସ୍ୟା ହେଲେ ' ୧୮୦୦୩୪୬୧୦୭୩ ' ଏହି ନମ୍ବର କଲ କରି ସେବା ପାଇ ପାରିବେ ବୋଲି ବିଭାଗ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All Vehicles Pass Pollution Tests, So Why Fines? Massive PUC Scam Exposed | Argus News