PUCC Fine Reduced / ଗାଡ଼ି ମାଲିକ ଓ ଚାଳକମାନଙ୍କ ପାଇଁ ଖୁସି ଖବର, କମିଲା PUCC ଫାଇନ୍
·41 mins ago·2 min read

Key Points
ଗାଡ଼ି ମାଲିକ ଓ ଚାଳକମାନଙ୍କ ପାଇଁ ଖୁସି ଖବର
ହ୍ରାସ ହେଲା ପିୟୁସିସି ଜରିମାନା ରାଶି
୧୦ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ କମିଲା ଜରିମାନା
ହ୍ରାସ ହେଲା ପିୟୁସିସି ଜରିମାନା ରାଶି
୧୦ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ କମିଲା ଜରିମାନା
ଭୁବନେଶ୍ବର,୦୨/୦୯: ଦୀର୍ଘ ଦିନର ଦାବି ପରେ ଶେଷରେ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଜରିମାନା ହ୍ରାସ କରିଛି। କୋହଳ ହେଲା PUCC ଜରିମାନା। ୬ ହଜାରକୁ ଜରିମାନା କମାଇଲେ ରାଜ୍ୟ ସରକାର। ବାଇକ୍ ଚାଳକ ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା। ଦ୍ବିତୀୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ପଡ଼ିବ। ତିନି ଚକିଆ ଗାଡ଼ି ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା। ୨ୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା। ସେହିପରି ଟ୍ରାକ୍ଟର, ଟ୍ରେଲର ପ୍ରଥମ ଥର ଧରାପଡ଼ିଲେ ୨ ହଜାର ଟଙ୍କା। ୨ୟ ଥର ଧରାପଡ଼ିଲେ ୫ ହଜାର ଟଙ୍କା। ଅନ୍ୟାନ୍ୟ ଗାଡ଼ି ପ୍ରଥମ ଥର ଧରାପଡ଼ିଲେ ୩ ହଜାର ଟଙ୍କା ୨ୟ ଥର ଧରାପଡ଼ିଲେ ୬ ହଜାର ଟଙ୍କା ଜରିମନା ଦେବାକୁ ପଡ଼ିବ।
ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶାରେ ପିୟୁସିସି ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ଏନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଲାଗିରହିଥିଲା। ଏଭଳି ସ୍ଥିତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ଜରିମାନା ହ୍ରାସ ସଂପର୍କରେ ଘୋଷଣା କରିଛନ୍ତି।
ପଢନ୍ତୁ ଏହି ଖବର: ଖୋଲୁଛି ବିଜେଡି ଶାସନରେ DMF କେଳେଙ୍କାରୀର ଗୁମର; ସବୁ ଜାଣି ଧ୍ରୁତରାଷ୍ଟ୍ର ସାଜି ଚୁପ୍ ଥିଲେ ନବୀନ ପଟ୍ଟନାୟକ
ପାଖାପାଖି ବର୍ଷେ ହେବ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍କୁ ନେଇ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ଗାଡ଼ି ପାଇଁ ତେଲ ମିଳିବ ନାହିଁ ବୋଲି ସରକାର କଟକଣା ଜାରି କରିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା । ଏନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଏହି କଟକଣା ଉଠାଇ ଦିଆଯାଇଥିଲା । କିନ୍ତୁ ସାର୍ଟିଫିକେଟ୍ ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଲାଗୁ କରି ରାଜ୍ୟ ସରକାର ଗାଡ଼ି ଚାଳକମାନଙ୍କୁ ଏକପ୍ରକାର ଶୋଷଣ କରୁଥିବା ଅଭିଯୋଗ ହେଉଥିଲା । କାରଣ କେନ୍ଦ୍ରୀୟ ମୋଟରଯାନ ଆଇନରେ ଜରିମାନା ବାବଦରେ ୧ ହଜାରରୁ ସର୍ବାଧିକ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରୁ ରାଜ୍ୟ ସରକାର ପ୍ରଦୂଷଣ ପାଇଁ କେତେ ଜରିମାନା ଧାର୍ଯ୍ୟ କରିବେ ଏହା ତାଙ୍କର ଇଚ୍ଛାଧୀନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନେକ ରାଜ୍ୟରେ ପିୟୁସିସି ନଥିଲେ ପ୍ରଥମ ଥର ଜରିମାନା ପାଇଁ ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ଯଦି ସେହି ସମାନ ଗାଡ଼ିରେ ଦ୍ୱିତୀୟ ଥର ଏହି ନିୟମର ଉଲ୍ଲଂଘନ ହୁଏ ତାହେଲେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଉଛି । କିନ୍ତୁ ଓଡ଼ିଶା ସରକାର ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ବିଭିନ୍ନ ଟୋଲ୍ଗେଟ୍ରେ ଗାଡ଼ିର ଅଟୋମେଟିକ୍ ଚାଲାଣ କଟିବା ବ୍ୟବସ୍ଥା କରାଯିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ରାଜ୍ୟ ପରିବହନ ବିଭାଗ ସେତେବେଳେ ଏହି ଜରିମାନା ଅର୍ଥ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲା। ଏବେ ପ୍ରାୟ ୧୦ମାସ ପରେ ରାଜ୍ୟ ପରିବହନ ଜରିମାନା ଅର୍ଥ ହ୍ରାସ ସଂକ୍ରାନ୍ତରେ ଘୋଷଣା କରିଛନ୍ତି।
Related Topics
Explore more stories