Videos
|
Odisha

ରାସ୍ତା ମଝିରେ ସମ୍ପୂର୍ଣ୍ଣ ଜଳିଗଲା ଡାଲି ଟ୍ରକ୍

Smruti Parija
Browse all articles by Smruti Parija
·1 year ago
ରାସ୍ତା ମଝିରେ ସମ୍ପୂର୍ଣ୍ଣ ଜଳିଗଲା ଡାଲି ଟ୍ରକ୍

କଟକ: ନିଆଳି ଫୁଲନଖରା 60 ନଂ ରାଜ୍ୟରାଜପଥ ଆମଣାକୁଦ ଛକ ନିକଟରେ 14 ଚକିଆ ଡାଲି ଟ୍ରକ୍ ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଟ୍ରକ୍ ଟି ଛତିଶଗଡ଼  ରାୟପୁରରୁ କୋଣାର୍କ ଅଭିମୁଖେ ଯାଉଥିଲା । ରାତି ପ୍ରାୟ 3 ଟା ବେଳେ ଘଟିଛି ଘଟଣା । କୌଣସି କାରଣ ବଶତଃ ଚଳନ୍ତା ଗାଡ଼ିରୁ ଧୁଆଁ ବାହାରୁ ଥିବା ଡ୍ରାଇଭର ଦେଖିଥିଲେ ।

କିନ୍ତୁ ତତକ୍ଷଣାତ୍ ଟ୍ରକ୍ ରେ  ନିଆଁ ଲାଗିଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛି । ଟ୍ରକ୍ ରେ ପ୍ରାୟ 30 ଟନ୍ ଡାଲି ଥିବାର ସୂଚନା ମିଳିଛି ।  ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pulse truck was completely burnt on sh-60-niali | Argus News