ସରକାରୀ ଚାକିରୀ ନିଯୁକ୍ତିରେ କେଳେଙ୍କାରୀ କଲେ କଠୋର ଦଣ୍ଡ

ଅର୍ଗସ ବ୍ୟୁରୋ: ସରକାରୀ ଚାକିରୀ ନିଯୁକ୍ତିରେ ଜାଲିଆତି କଲେ ଏଣିକି ମିଳିବ କୋଠର ଦଣ୍ଡ। ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅସାଧୁ ଉପାୟ ଅବଲମ୍ବନ କଲେ ଏଣିକି ବରଦାସ୍ତ କରିବେନି ସରକାର। କୌଣସି ବ୍ୟକ୍ତି ଅନୁଚିତ ଉପାୟ କିମ୍ବା ଅପରାଧର ଆଶ୍ରୟ ନେଲେ, ତାଙ୍କୁ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯିବ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ସରକାର। କେବଳ ସେତିକି ନୁହେଁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହ ଦଣ୍ଡିତ ହେବେ ଏହା ସହ ଏହି ସଂସ୍ଥା ଗୁଡିକ ପରୀକ୍ଷା ପରିଚାଳନା ପାଇଁ ନେଇଥିବା ଆନୁପାତିକ ପରୀକ୍ଷା ଖର୍ଜ ମଧ୍ଯ ଆଦାୟ କରାଯିବ ସହ ଜୋରିମାନା ପଇଠ କରିବାରେ ବିଫଳ ହେଲେ, ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ବ୍ୟବସ୍ଥା ଅନୁଯାୟୀ, ଅତିରିକ୍ତ କାରାବାସ ଦଣ୍ଡ ଲାଗୁ କରାଯିବ।
ଓଡ଼ିଶା ଲୋକସେବା ଅୟୋଗ (ଓପିଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି), ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ସେବା ଚୟନ ବୋର୍ଡ, ଓଡ଼ିଶା ପୋଲିସ ଚୟନ ବୋର୍ଡ, ଓଡ଼ିଶା ଶିକ୍ଷା (ରାଜ୍ୟ ପାଇଁ ପ୍ରବରଣ ମଣ୍ଡଳୀ) ନିୟମାବଳୀ, ୧୯୯୨ ଅନୁଯାୟୀ ଗଠିତ ରାଜ୍ୟ ପ୍ରବରଣ ମଣ୍ଡଳୀ, ଓଡ଼ିଶା ବୃଭିଗତ ଶିକ୍ଷା ପ୍ରତିଷ୍ଠାନ (ନାମଲେଖା ନିୟନ୍ତ୍ରଣ ଏବଂ ଫି ନିର୍ଦ୍ଧାରଣ), 2007 ବିଧେୟକ ଦ୍ବାରା ନିୟନ୍ତ୍ରିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଏବଂ ରାଜ୍ୟ ସରକାରଙ୍କ ବିଭାଗ ଏବଂ ସେମାନଙ୍କ ସଂପୃକ୍ତ ଓ ଅଧୀନସ୍ଥ କାର୍ଯ୍ୟାଳୟ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି ସହ ରାଜ୍ୟ ସରକାରଙ୍କ ଦ୍ବାରା ସମୟ ସମୟରେ ସୂଚିତ କରାଯାଉଥିବା ଅନ୍ୟ କର୍ତ୍ତୃପକ୍ଷ ନିଯୁକ୍ତ ଏଜେନ୍ସି ଦ୍ବାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାରେ କୌଣସି ତ୍ରୁଟି ନ ହେବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ସରକାର।
24 ବର୍ଷର ବିଜେଡି ଶାସନରେ, ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ଆସିଥିଲା ସାଂଘାତିକ ଅଭିଯୋଗ। ଅଯୋଗ୍ୟ ପାଉଥିଲେ ଚାକିରୀ, ଯୋଗ୍ୟ ବାଦ ପଡୁଥିଲେ। ବିଭିନ୍ନ ସମୟରେ ମାମଲା ପହଞ୍ଚିଥିଲା ହାଇକୋର୍ଟରେ। ଏମିତି କି ପରୀକ୍ଷା ଜାଲିଆତି ବିଜେଡିର ପାଣ୍ଠି ସଂଗ୍ରହର ମାଧ୍ୟମ ସାଜିଥିଲା ବୋଲି ଅଭିଯୋଗ ବି ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: