Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁରେ ପହଁଞ୍ଚି ପାରିନି ଶୁଦ୍ଧ ପାନୀୟଜଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁରେ ପହଁଞ୍ଚି ପାରିନି ଶୁଦ୍ଧ ପାନୀୟଜଳ

ଅର୍ଗସ ବ୍ୟୁରୋ:  ଗାଁରେ ମାତ୍ର ଗୋଟିଏ ନଳକୂପ । ଏରସମା ବ୍ଲକ ଜାନକାଦେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ମେଣ୍ଟୁନି ଲୋକଙ୍କ ଶୋଷ । ନଳକୂପରୁ ବାହାରୁଥିବା ଲୁଣି ପାଣି ପିଉଛନ୍ତି ଲୋକ । ଶୁଦ୍ଧ ପାନୀୟଜଳ ଅଭାବରୁ ନଳକୂପରୁ ପାଣି ନେବାପାଇଁ ସକାଳୁ ସନ୍ଧ୍ୟା ଲାଗି ରହୁଛି ଲମ୍ବା ଲାଇନ ।  ଲୁଣି ପାଣିରେ ବ୍ୟବହାର କରି ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏବେବି ରହିଛି ଗାଁରେ ପକ୍କା ରାସ୍ତା ନଥିବାରୁ ବର୍ଷା ଦିନେ ଆଣ୍ଠୁଏ କାଦୁଅରେ ପଶି ପାଣି ପାଇଁ ଯାଉଛନ୍ତି ମହିଳା । 

ଏଠି ଆଖି ବୁଲାଇଲେ ଦିଶୁଛି ଖାଲି ଚାଳ ଛପର ଘର, କାହାର ଛପର ଅଧା ନାହିଁ ତ କାହା ଚାଳ ଛପର ରେ ପଡ଼ିଛି ପାଲ । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପୂର୍ବ ବିଜେଡି ସରକାର ଏଠି ଦଳୀୟ ଆଧାରରେ ଆବାସ ବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।  ବିଭିନ୍ନ ଦୁର୍ନୀତିରେ ଉବୁଟୁବୁ ପଞ୍ଚାୟତ । ଏବେ ବର୍ଷାଦିନରେ ଲୋକଙ୍କ ସମସ୍ୟା ବହୁ ଗୁଣିତ ହୋଇଛି । ନରସିଂହପୁର ଗାଁ ପ୍ରତି ପ୍ରଶାସନ  ନଜର ଦେବାକୁ ଦାବି ଜୋର ଧରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pure drinking water did not reach the village | Argus News