ପୁରୀରେ କ୍ରିକେଟ ଫିଭର, ପ୍ରଥମଥର ଶ୍ରୀକ୍ଷେତ୍ର ମାଟିରେ ସର୍ବଭାରତୀୟ T-10 କ୍ରିକେଟ ମହାକୁମ୍ଭ

Key Points
ଟେନିସ ବଲ୍ କ୍ରିକେଟ ଇତିହାସରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ । ଶ୍ରୀକ୍ଷେତ୍ର ମାଟିରେ ସର୍ବଭାରତୀୟ T10 କ୍ରିକେଟ ମହାକୁମ୍ଭ। ୨୫ ରାଜ୍ୟର ୩୩ ଟିମ୍ ସମେତ ୮ ମହିଳା ଦଳ ସାମିଲ ।
ଓଡ଼ିଆ ଟେନିସ୍ ବଲ୍ କ୍ରିକେଟ ଇତିହାସରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ । ପ୍ରଥମଥର ଶ୍ରୀକ୍ଷେତ୍ର ମାଟିରେ ଉଦଘାଟିତ ହୋଇଛି ସର୍ବଭାରତୀୟ T 10 କ୍ରିକେଟ । ପୁରୀର ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ୨୫ ରାଜ୍ୟର ୩୩ଟି ଟିମକୁ ନେଇ ଚାଲିଛି କ୍ରିକେଟ ମହାକୁମ୍ଭ । ଉଦଘାଟନୀ ଉତ୍ସବରେ ସମ୍ବଲପୁରୀ, ମାହାରୀ, ପାରମ୍ପରିକ ସମରକଳା ସହ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ଏହି ବୃହତ୍ କ୍ରିକେଟ ଲିଗର ଉଦଘାଟନ କରିଛନ୍ତି କ୍ରୀଡାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ଓଡ଼ିଶା ଟି୧୦ ଟେନିସ୍ କ୍ରିକେଟ୍ ଆସୋସିଏସନ ଓ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ୧୧ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ଯାଏ ୩ ଦିନ ଧରି ଚାଲିବ । ସକାଳ ୮ରୁ ରାତି ୧୧ ପର୍ଯ୍ୟନ୍ତ ହେବ କ୍ରିକେଟ ମୁକାବିଲା ।
ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ୨୫ଟି ପୁରୁଷ ଦଳ ଏବଂ ୮ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି । ଚମ୍ପିୟାନସିପ୍ର ପ୍ରଥମ ଦିନରେ ପୁରଷ ବିଭାଗର ୩ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଠାରୁ ମହିଳା ଟିମ୍ର ମ୍ୟାଚ ଆରମ୍ଭ ହୋଇଛି । ୧୪ ତାରିଖ ସନ୍ଧ୍ୟାରେ ଉଭୟ ପୁରୁଷ ଓ ମହିଳା ଫାଇନାଲ ମ୍ୟାଚ ଖେଳାଯିବ । ବିଜେତା, ଉପ-ବିଜେତା, ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ଟୁର୍ନାମେଣ୍ଟ, ବେଷ୍ଟ ବୋଲର, ବେଷ୍ଟ ବ୍ୟାଟସମ୍ୟାନ, ବେଷ୍ଟ ଫିଲଡରଙ୍କୁ ଟ୍ରଫି ସହ ପ୍ରଦାନ କରାଯିବ ଆକର୍ଷଣୀୟ ପୁରସ୍କାର ।
ତେବେ ଆସନ୍ତା ୧୪ ସେପ୍ଟେମ୍ବରରେ ଉଦଯାପିତ ହେବ ସର୍ବଭାରତୀୟ T10 କ୍ରିକେଟ ମହାକୁମ୍ଭ । ଉଦଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।