Videos
|
Odisha

Wall Collapse / ପବନରେ ଭାଙ୍ଗିଲା ନଡ଼ିଆ ଗଛ; ରୋଷେଇ ଘର କାନ୍ଥ ଭୁଶୁଡ଼ି ଚାଲିଗଲା ମହିଳାଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ପବନରେ ଭାଙ୍ଗିଲା ନଡ଼ିଆ ଗଛ; ରୋଷେଇ ଘର କାନ୍ଥ ଭୁଶୁଡ଼ି ଚାଲିଗଲା ମହିଳାଙ୍କ ଜୀବନ
Woman Killed in Wall Collapse

Key Points

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବେଳେ ବେଳେ ପବନ ହେଉଛି । ଏହାରି ଭିତରେ ପୁରୀ ଜିଲ୍ଲାରୁ ଆସିଛି ଦୁଃଖଦ ଖବର ।
କାକଟପୁର (ପୁରୀ): ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ର ଉପକୂଳରେ ମାଡ଼ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବେଳେ ବେଳେ ପବନ ହେଉଛି । ଏହାରି ଭିତରେ ପୁରୀ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବାର ୧୫ ଘଣ୍ଟା ପୂର୍ବରୁ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଜଣଙ୍କ ଜୀବନ ଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସରିଫପୁର ପଞ୍ଚାୟତ ଜେନାପୁର ଗାଁରେ ମହିଳାଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ପ୍ରବଳ ବର୍ଷା ଓ ପବନ ସମୟରେ ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ ୪୦ ବର୍ଷୀୟା ମହିଳା ଆଖି ବୁଜିଛନ୍ତି ।

ମୃତକ ଜଣକ ହେଲେ ଜେନାପୁର ଗାଁର ଲୋଭମତି ମୁଦୁଲି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାରୁ ଘର ପାଖରେ ଥିବା ଏକ ନଡ଼ିଆ ଗଛ ହଠାତ୍ ଭାଙ୍ଗିବାରୁ ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ: ଦ୍ରୁତ ଗତିରେ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'; ରାତି ୨ରୁ ଭୋର୍ ୪ଟା ମଧ୍ୟରେ କରିପାରେ ଉପକୂଳ ଅତିକ୍ରମ 

ରୋଷେଇ ଘରର ପୁରୁଣା କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ଲୋଭମତି କାନ୍ଥ ଓ ମାଟିତଳେ ଚାପି ହୋଇ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚାରିଛକସ୍ଥିତ ମେଡିକାଲକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାନ୍ଥ ଭୁଶୁଡ଼ି ଲୋଭମତିଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ରାଜସ୍ୱ ପରିଦର୍ଶକ ଗାଁରେ ପହଞ୍ଚିଛନ୍ତି । ମୃତକଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ରାଜସ୍ୱ ବିଭାଗ ନିୟମ ଅନୁସାରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।