ଭକ୍ତଙ୍କ ପାଇଁ ସୁବିଧା ଆଳରେ ଚଳୁ ହେଲା ଲକ୍ଷଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ : ଧର୍ମ ଦାଣ୍ଡରେ ଅଧର୍ମର କଳାଦାଗ । ଜଗା ଦାଣ୍ଡରେ ଦୁର୍ନୀତିର କଳା ତାଲିକା । ଅସ୍ଥାୟୀ ବାଉଁଶ ବ୍ୟାରିକେଡରେ ଗୋଟିଏ ବର୍ଷରେ ଖର୍ଚ୍ଚ ହୋଇଛି କୋଟିଏ ୬୦ ଲକ୍ଷ୍ୟ ଟଙ୍କା । କିଭଳି ବାଉଁଶ ବ୍ୟାରିକେଡ୍ ବନ୍ଧା ନାମରେ ପୂର୍ତ୍ତି ବିଭାଗ ପ୍ରତ୍ୟକବର୍ଷ ଖର୍ଚ୍ଚ କରୁଛି ଲକ୍ଷଲକ୍ଷ ଟଙ୍କା । ୨୦୦୦ ମସିହାରୁ ୨୦୨୩-୨୪ ପର୍ଯ୍ୟନ୍ତ ବାଉଁଶ ବ୍ୟାରିକେଡ୍ ବାବଦରେ ହୋଇଥିବା ଖର୍ଚ୍ଚର ଲମ୍ବା ଲିଷ୍ଟ ଦେଖିଲେ ଆପଣ ବା ତାଜୁବ୍ ହୋଇଯିବେ । ଯେଉଁଠି ୨୦୦୦-୨୦୦୧ରେ ମାତ୍ର ୮ ଲକ୍ଷ୍ୟ ଟଙ୍କା ବାଉଁଶ ବ୍ୟାରିକେଡ୍ ବନ୍ଧାରେ ଖର୍ଚ୍ଚ ହେଉଥିଲା ତାହା ବର୍ଷକୁ ବର୍ଷ ବଢି ଏବେ କୋଟିଏ ଟଙ୍କାରେ ପହଞ୍ଚିଲାଣି ।
ସେପଟେ ୨୦୨୦-୨୧ରେ ଆର୍ (R) ଆଣ୍ଡ ବି (B) ବିଭାଗ ତରଫରୁ ବାଉଁଶ ବ୍ୟାରିକେଡ ବନ୍ଧାରେ ୨୧ ଲକ୍ଷ ୯୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ୨୦୨୧-୨୨ରେ ୯୩ ଲକ୍ଷ ୫୧ ହଜାର । ୨୦୨୨-୨୩ରେ ଏକ କୋଟି ୧୧ ଲକ୍ଷ ଓ ୨୦୨୩-୨୪ରେ ଏକ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯାହାକୁ ନେଇ ଦୁର୍ନୀତି ଓ ହରିଲୁଟର ଗନ୍ଧ ବାରିଛନ୍ତି ବୁଦ୍ଧିଜୀବୀ ଓ ଆଇନଜୀବୀ ।
📱 Get Argus News App
✨ସେପଟେ ଦିନକୁଦିନ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଜମୁଛି । ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବାଉଁଶ ବ୍ୟାରିକେଡ୍ ବ୍ୟବସ୍ଥା ଗ୍ରହଣ କରୁଛି । ବିଶେଷ କରି ପର୍ବପର୍ବାଣି ତଥା ନୂଆବର୍ଷ, କାର୍ତ୍ତିକ ପୂର୍ଣ୍ଣିମା, ସୁନାବେଶ ଦିନ ମାନଙ୍କରେ ବାଉଁଶ ବ୍ୟାରିକେଡ୍ ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବୁଛି । ତେବେ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍ ଦୁର୍ନୀତିର ପୋଲ୍ ଖୋଲିଛି ଏହି ଆରଟିଆଇ ରିପୋର୍ଟ ।ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍ ବାନ୍ଧି ଖାଇଗଲେ ଲକ୍ଷଲକ୍ଷ ଟଙ୍କା । ଭକ୍ତଙ୍କ ସ୍ୱାର୍ଥ ଓ ସୁବିଧା ଦର୍ଶନକୁ ଥୋପ କରି ପୂର୍ତ୍ତ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା ।