Locker in sea beach / ପର୍ଯ୍ୟଟକ ଏବେ ଆଉ ଚୋରୀର ଶିକାର ହେବେନାହିଁ,ସି ବିଚରେ ଲାଗିଲା ବ୍ୟାଗେଜ ଲକର
·4 months ago·2 min read

Key Points
ପର୍ଯ୍ୟଟକ ଏବେ ଆଉ ଚୋରୀର ଶିକାର ହେବେନାହିଁ
ସି ବିଚରେ ଲାଗିଲା ବ୍ୟାଗେଜ ଲକର
ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ
ସି ବିଚରେ ଲାଗିଲା ବ୍ୟାଗେଜ ଲକର
ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ
ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ । ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର। ଆଉ ପର୍ଯ୍ୟଟକଙ୍କୁ ହଇରାଣ ହେବାକୁ ପଡ଼ିବନି। ପ୍ରଥମଥର ପାଇଁ ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍।
ସମୁଦ୍ର ବାଲିରେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଆନ୍ତି ପର୍ଯ୍ୟଟକ। ଏଥିପାଇଁ ବିଭିନ୍ନ ସମୟରେ ବ୍ୟାଗ ଚୋରି ହୋଇଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି। ପ୍ରଥମଥର ପାଇଁ ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍। ବେଳାଭୂମିର ଦୁଇଟି ସ୍ଥାନରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଭିକ୍ଟୋରିଆ ହୋଟେଲ୍ ସମ୍ମୁଖ ଓ ଦିଗବାରେଣୀ ଛକ ପାଖରେ ଦୁଇଟି ବ୍ୟାଗେଜ୍ ଲକର୍ ପରୀକ୍ଷାମୂଳକ ଭାବେ ସ୍ଥାପନ ହୋଇଛି। ତେବେ ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ। ଏହାପରେ ଅନଲାଇନରେ କିଛି ଟଙ୍କା ଦେବାକୁ ପଡିବ। ଏହାପରେ ଲକର୍ ଆପେଆପେ ଖୋଲିବା ପରେ ପର୍ଯ୍ୟଟକମାନେ ନିଜର ବ୍ୟାଗ୍, ଜୋତା, ମୋବାଇଲ ଆଦି ଅନ୍ୟାନ୍ୟ ଜିନିଷପତ୍ର ରଖି ମୋବାଇଲ ଯୋଗେ ଏହାକୁ ବନ୍ଦ କରିବେ।
ଗୋଟିଏ ସିଷ୍ଟମରେ ୨୭ ଟି ଲକର୍ ଥିବାବେଳେ ଏଥିରେ ଛୋଟ, ମଧ୍ୟମ, ବଡ ଏବଂ ଅତିରିକ୍ତ ବଡ ଭଳି ଭିନ୍ନଭିନ୍ନ ମାପର ଲକର୍ ରହିଛି। ସବୁଠାରୁ ବଡ଼ ଲକରରେ ୮ରୁ ୧୦ଟି ବ୍ୟାଗ୍, ଚପଲ, ମୋବାଇଲ ରହିପାରିବ। ଏଥିପାଇଁ ଘଣ୍ଟାକୁ ୧୧୮ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ବଡ଼ ଲକର୍ ପାଇଁ ଘଣ୍ଟାକୁ ୬୯ ଟଙ୍କା ୬୨ ପଇସା, ମଧ୍ୟମ ଲକର୍ ପାଇଁ ଘଣ୍ଟାକୁ ୨୯ ଟଙ୍କା ୫ ପଇସା ଏବଂ ଛୋଟ ଲକର୍ ପାଇଁ ଘଣ୍ଟାକୁ ୧୮ ଟଙ୍କା ୮୮ ପଇସା ଅନଲାଇନ ଯୋଗେ ପେମେଣ୍ଟ କରିବାକୁ ପଡିବ। ୨୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଆଗକୁ ଏହାର ବହୁଳ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା।
ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକମାନଙ୍କୁ ଲୁଟ୍ ଏବଂ ଅସାମାଜିକ କାର୍ଯ୍ୟକଳାପ ସମ୍ପର୍କିତ କିଛି ପ୍ରମୁଖ ଘଟଣା

ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକମାନଙ୍କୁ ଲୁଟ୍ ଏବଂ ଅସାମାଜିକ କାର୍ଯ୍ୟକଳାପ ଘଟଣା
- ପର୍ଯ୍ୟଟକଙ୍କୁ ନିଶା ଦେଇ ଲୁଟ୍: ସେପ୍ଟେମ୍ବର ୨୦୨୫ରେ, ଭିକାରୀ ବେଶରେ ଆସିଥିବା ଦୁଇଜଣ ବ୍ୟକ୍ତି ପର୍ଯ୍ୟଟକମାନଙ୍କୁ ମଦ ଯାଚି ନିଶାସକ୍ତ କରିବା ପରେ ସେମାନଙ୍କ ଠାରୁ ପ୍ରାୟ ୫,୫୦୦ ଟଙ୍କା ଲୁଟି ନେଇଥିଲେ। ସମୁଦ୍ର କୂଳରେ ମୁତୟନ ଲାଇଫଗାର୍ଡମାନେ ସେମାନଙ୍କୁ କାବୁ କରି ଟଙ୍କା ଉଦ୍ଧାର କରିଥିଲେ।
- ବ୍ୟାଗ୍ ଓ ମୋବାଇଲ୍ ଚୋରି: ଜୁନ୍ ୨୦୨୫ରେ, ମୟୂରଭଞ୍ଜରୁ ଆସିଥିବା ଦୁଇ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ କୂଳରେ ରଖିଥିବା ସେମାନଙ୍କ ବ୍ୟାଗ୍ ଚୋରି ହୋଇଯାଇଥିଲା। ପୋଲିସ ମୋବାଇଲ୍ ଟ୍ରାକ୍ କରି ଅଭିଯୁକ୍ତଙ୍କୁ ସାକ୍ଷୀଗୋପାଳ ନିକଟରୁ ଗିରଫ କରିବା ସହ ସମସ୍ତ ସାମଗ୍ରୀ ଫେରସ୍ତ କରିଥିଲା।
- ଶିପିଂ କଣ୍ଟେନରରୁ ଲୁଟ୍: ସେପ୍ଟେମ୍ବର ୨୦୨୪ରେ, ପେଣ୍ଠକଟା ବେଳାଭୂମିକୁ ଭାସି ଆସିଥିବା ଏକ କଣ୍ଟେନରରୁ ସ୍ଥାନୀୟ ଲୋକେ ଖାଦ୍ୟ ସାମଗ୍ରୀ ଏବଂ ଇଞ୍ଜିନ ଅଏଲ୍ ଭଳି ଜିନିଷ ଲୁଟି ନେଇଥିଲେ।
- ସୁରକ୍ଷା ବ୍ୟବସ୍ଥା: ବାରମ୍ବାର ଘଟୁଥିବା ଏହିଭଳି ଘଟଣାକୁ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବେଳାଭୂମିରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ଏହାସହ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ନିଆଯାଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories