Crime In Odisha / କଟକ ପୁରୀ ଘାଟ ହ*ତ୍ୟା ଘଟଣାରେ ଭାଇରାଲ୍ ଭିଡିଓରୁ ବଡ଼ ଖୁଲାସା
·Published on: 29 Nov 2026, 21:04:07 IST·2 min read

Key Points
ପିସିଆର ଭ୍ୟାନ୍ ଆସିଲା, ହେଲେ ବୁଲି ପଳାଇଲା
ଲହୁଲୁହାଣ ଦୁଇ ଭାଇଙ୍କୁ ହସ୍ପିଟାଲ୍ ନେଲାନି ପିସିଆର
ପୋଲିସ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ
ଦୁଇ ଥାନାକୁ ଯାଇଥିଲେ ହେଲେ କେହି ବି କେହି ଶୁଣିଲେନି
ଆଇନ ମନ୍ତ୍ରୀ କହିଲେ ଆଇନ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ପୁରୀ ଘାଟ ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ସାମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଭାଇରାଲ୍ ଭିଡିଓ । ଯାହା ପୋଲିସର କାର୍ଯ୍ୟଶୈଳୀ ଓ ଅବହେଳାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମଲ ସାହିର ମୁରବୀ ଅମରେନ୍ଦ୍ର ସାମଲ ଓ ତାଙ୍କ ଭାଇ ନିରଞ୍ଜନ ସାମଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ, ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦୁଇ ଭାଇଙ୍କୁ ପିସିଆର ଭ୍ୟାନ୍ ନେବା ପରିବର୍ତ୍ତେ ଫେରିଯାଇଥିବା ଅଭିଯୋଗ ହୋଇଛି । ଥାନାକୁ ଦୌଡ଼ିବା ସତ୍ତ୍ୱେ ସାହାଯ୍ୟ ମିଳିନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଆଉ ଘଟଣାକୁ ନେଇ ଆଇନ ମନ୍ତ୍ରୀ, କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦିନ ଦ୍ଵି-ପ୍ରହରରେ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ସୁନା; CCTVରେ କଏଦ ଲୁଟ୍ର ଚିତ୍ର
ଭାଇରାଲ୍ ଭିଡିଓ ଯେତିକି ଭୟଙ୍କର, ସେତିକି ଲୋମଟାଙ୍କୁରା । ଅମରେନ୍ଦ୍ର ସାମଲ ଓ ତାଙ୍କ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ କଲେ, ଲହୁଲୁହାଣ କଲେ । ଉଭୟ ପଡ଼ିଥିଲେ ରାସ୍ତାରେ । ପୋଲିସ ପିସିଆର ଭ୍ୟାନ ଆସିଲା, ହେଲେ କିଛି ନ ଦେଖିଲା ଭଳି ଚାଲିଗଲା । ମୃତ ଅବସରପ୍ରାପ୍ତା ଶିକ୍ଷକ ତଥା ସାମଲ ସାହି ସଭାପତି ଅମରେନ୍ଦ୍ରଙ୍କ ହତ୍ୟାକୁ ନେଇ ପରିବାର ଲୋକେ ଆଣିଛନ୍ତି ପୋଲିସ ଅବହେଳାର ସାଂଘାତିକ ଅଭିଯୋଗ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ ବାପା ଓ ଦାଦାଙ୍କୁ ଆକ୍ରମଣ ହେଉଥିବା ବେଳେ ଦୁଇ ପୁଅ ଲାଲବାଗ୍ ଥାନା ଓ ପୁରୀ ଘାଟ ଥାନାକୁ ଯାଇଥିଲେ । କାକୁତି ମିନତି ହେଲେ, ଉଦ୍ଧାର ପାଇଁ କହିଲେ, ହେଲେ ଫୋର୍ସ ଆସିଲାନି । ଅମରେନ୍ଦ୍ରଙ୍କର ମୃତ୍ୟୁ ହେଲା ଓ ତାଙ୍କ ଭାଇଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ବଡ଼ ପ୍ରଶ୍ନ କାହିଁକି ତୁରନ୍ତ ପୋଲିସ ଫୋର୍ସ ଆସିଲାନାହିଁ ଘଟଣାସ୍ଥଳକୁ ? କାହିଁକି ପୋଲିସ ପିସିଆର ଭ୍ୟାନ ଆସି ଫେରିଗଲା ? ପୋଲିସ ଅଧିକାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ ? ଏହି ଘଟଣାକୁ ନେଇ ପୁରୀଘାଟ ଥାନା ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ତେବେ ମୁଖ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି । ଘଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି, କହିଛନ୍ତି- କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ଏଥିସହ ପଢ଼ନ୍ତୁ: କିଏ ରଚିଥିଲା ରିଂ ବନ୍ଧ ହିଂସାର ବ୍ଳୁ-ପ୍ରିଣ୍ଟ ?
ପୂର୍ବ ଶତ୍ରୁତାକୁ ନେଇ ଶୁକ୍ରବାର କଟକ ପୁରୀଘାଟ ଅଞ୍ଚଳରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ବୁରୁଜ ସାହିର ଯୁବକମାନେ ସାମଲ ସାହିର ମୁରବୀ ଅମରେନ୍ଦ୍ର ସାମଲ ଓ ତାଙ୍କ ଭାଇ ନିରଞ୍ଜନ ସାମଲଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ନିରଞ୍ଜନ ଗୁରୁତର ଆହତ ହୋଇଛନ୍ତି ।