|
logo
Live

Argus News - ନିୟମ ମାନୁନାହାନ୍ତି ବିଜେଡ଼ି ନେତା

Odisha

ନିୟମ ମାନୁନାହାନ୍ତି ବିଜେଡ଼ି ନେତା

Jitendra Dash
Browse all articles by Jitendra Dash
·2 years ago·2 min read
ନିୟମ ମାନୁନାହାନ୍ତି ବିଜେଡ଼ି ନେତା

ନିୟମ ମାନୁନାହାନ୍ତି ବିଜେଡ଼ି ନେତା  
ଉମାଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ
 

ଅର୍ଗସ ବ୍ୟୁରୋ : ସରକାରୀ ନିୟମ ମାନିବାକୁ ନାରାଜ ବିଜେଡି ନେତା । ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗିବା ପରେ ବି ମନଇଚ୍ଛା କାମ କରୁଛନ୍ତି ଶାସକ ଦଳିଆ ନେତା । ଯାହାର ଚିତ୍ର ସାମ୍ନାକୁ ଆସିଛି ପୁରୀରୁ । ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବସିଥିଲା ବୈଠକ । ଶାସକ ଦଳ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲଘଂନର ସଂଘାତିକ ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚା ଜୋର । 

ଅଭିଯୋଗ ଅନୁସାରେ, ପୁରୀର ଅଠରନଳାରେ ଥିବା ଏକ କଲ୍ୟାଣ ମଣ୍ଡପରେ ବ୍ରହ୍ମଗିରିର ବିଜେଡ଼ି ପ୍ରାର୍ଥୀ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତର CPR, MBKଙ୍କୁ ଡକାଇ ଏକ ବୈଠକ ଆୟୋଜନ କରିଥିଲେ । ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ । ଆଗାମୀ ନିର୍ବାଚନରେ କିଭଳି ଭୋଟରଙ୍କୁ ପ୍ରଭାବିତ କରିହେବ, କିଭଳି ଟଙ୍କା ବଣ୍ଟନ କରିହେବ ସେ ନେଇ ବୈଠକ ହୋଇଥିଲା ପୁରୀ ଜିଲ୍ଲା ବିଜେପି  ଅଭିଯୋଗ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଟଙ୍କା ବଣ୍ଟନ ପାଇଁ ବୈଠକ ହେଉଥିବା ନେଇ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବହୁତ ପୂର୍ବରୁ ଅଭିଯୋଗ କରାଯାଇଥିଲା । ମାତ୍ର ଅଧିକାରୀମାନେ ଜାଣିଶୁଣି ଠିକ୍‌ ସମୟରେ ପହଞ୍ଚି ନ ଥିଲେ । ଫଳରେ ବୈଠକ ପରେ ଯେଝା ଯେଝା ବାଟରେ ଚାଲି ଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅପରପକ୍ଷେ ଏହି ଅଭିଯୋଗକୁ ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ଖଣ୍ଡନ କରିଛନ୍ତି । ସେଠାରେ ଏକ ଜନ୍ମଦିନ ପାଳନ କରାଯାଉଥିଲା । ତେଣୁ ବିଜେପି ପକ୍ଷରୁ ହେଉଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି ।
 

Sponsored
ନିୟମ ମାନୁନାହାନ୍ତି ବିଜେଡ଼ି ନେତା | Argus News