Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାମାଙ୍କନ ଭରିବାକୁ ଯାଉଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର

Ritu Das
Browse all articles by Ritu Das
·2 years ago
ନାମାଙ୍କନ ଭରିବାକୁ ଯାଉଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର

ଅର୍ଗସ ବ୍ୟୁରୋ: ପୁରୀରେ ସମ୍ବିତ ପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଯାଉଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ଶୋ' କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ସମ୍ବିତ ପାତ୍ର । ସାଥୀରେ ଅଛନ୍ତି ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । 

ଆଶ୍ରିତ ପଟ୍ଟନାୟକ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ପୁରୀ ଉତ୍ତରା ଛକ ମା’ ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପୁରୀରେ ଗୁଣ୍ଡିଚା ମନ୍ଦିର ଠାରୁ ଯାଇ ଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ ସମ୍ବିତ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri BJP Lok Sabha | Argus News