Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଣ ବିସ୍ଫୋରଣ ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା

Smruti Parija
Browse all articles by Smruti Parija
·2 years ago·1 min read
ବାଣ ବିସ୍ଫୋରଣ ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା

ପୁରୀ: ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ । ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଗତକାଲି ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ ଏହି ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । AIIMS ଆସିଥିବା 5 ଜଣ ଆହତଙ୍କ ମଧ୍ୟରୁ 2 ଜଣଙ୍କୁ ଡିସଚାର୍ଜ କରାଯାଇଛି । AIIMS ବ୍ୟତିତ ଭୁବନେଶ୍ବରର କିଛି ଘରୋଇ ହସ୍ପିଟାଲରେ ପାଖାପାଖି 15 ଜଣ ଚିକିତ୍ସିତ ହେଉଛନ୍ତି । ଏପଟେ ନରେନ୍ଦ୍ର ପୁଷ୍କରିଣୀରେ ଏବେବି ଚାଲିଛି ଖୋଜାଖୋଜି । ଗତକାଲି ମହାପ୍ରଭୁଙ୍କ ଚାପ ଖେଳ ବେଳେ ବିସ୍ଫୋରଣରେ 30ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
puri Blast Incident; 4 lakh to the family of the deceased-declared-by-cm-naveen-pattnaik | Argus News