Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀରେ ବୋମାମାଡ, ସିସିଟିଭି ଭିଜୁଆଲ୍ ଭାଇରାଲ

Odisha

ପୁରୀରେ ବୋମାମାଡ, ସିସିଟିଭି ଭିଜୁଆଲ୍ ଭାଇରାଲ

Banajyotshna Ray
Browse all articles by Banajyotshna Ray
·2 years ago
ପୁରୀରେ ବୋମାମାଡ, ସିସିଟିଭି ଭିଜୁଆଲ୍ ଭାଇରାଲ

ଅର୍ଗସ ବ୍ୟୁରୋ: ପୁରୀରେ ବୋମାମାଡ । ଅର୍ଗସ ହାତରେ ଲାଗିଛି ବୋମା ମାଡର ସିସିଟିଭି ଭିଜୁଆଲ୍। ଗତକାଲି ବିଳମ୍ବିତ ରାତିରେ ହୋଇଛି ବୋମାମାଡ। ବାଲିଘାଟ ନିକଟ ଭୂଦାନ ଛକରେ ହୋଇଛି ବୋମାମାଡ। ବାକି ଟଙ୍କା ମାଗିବାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା। ଟୁ ହୁଇଲର୍ ୱର୍କସପ୍ ଉପରକୁ ଦୁଇଜଣ ଦୁର୍ବୃତ୍ତ ବାଇକ୍ ରେ ଆସି 3ଟି ବୋମାମାଡ କରିଥିବା ସିସିଟିଭିରେ କଏଦ୍ ହୋଇଛି। ବୋମାମାଡରେ ୱର୍କସପ୍ ରେ କାମ କରୁଥିବା ଚାରିଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ପେଣ୍ଠକଟା ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri bomb blast, CCTV visual of bomb blast goes viral | Argus News