Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ସେବାୟତ ବିବାଦ ଯୋଗୁଁ ହୋଇପାରିଲାନି ଚାପ ଖେଳ

Odisha

Chapa Khela Cancelled / ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ସେବାୟତ ବିବାଦ ଯୋଗୁଁ ହୋଇପାରିଲାନି ଚାପ ଖେଳ

Santosh Kumar Sahoo
Browse all articles by Santosh Kumar Sahoo
·2 days ago·1 min read
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ସେବାୟତ ବିବାଦ ଯୋଗୁଁ ହୋଇପାରିଲାନି ଚାପ ଖେଳ
Chandan Yatra

Key Points

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବିଭ୍ରାଟ
ସେବାୟତ ବିବାଦ ଯୋଗୁଁ ଚାପ ଖେଳ ବନ୍ଦ
ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ । ସେବାୟତ ବିବାଦ ଯୋଗୁଁ ହୋଇପାରିଲାନି ଚାପ ଖେଳ । ଶେଷରେ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଅନ୍ୟପଟେ ମହାପ୍ରଭୁଙ୍କ ଚାପ ଖେଳ ଦେଖିନପାରିବାରୁ ନିରାଶ ହୋଇଛନ୍ତି ଭକ୍ତ ।

ଅଧିକ ପଢ଼ନ୍ତୁ: ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ; ମେ' ୨ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା


ସୂଚନା ଅନୁସାରେ, ସିଂହାରୀ ଓ ଶୁଦ୍ଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ରହିଛି । ଚାପରେ କେତେ ସଂଖ୍ୟକ ସେବକ ରହିବେ, ତାକୁ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପ୍ରାୟ ସାଢ଼େ 3 ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା । କାଳ ବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା । ତେବେ ରାତ୍ରୀ ଚାପ ପାଇଁ ରାତି ୯ ଟାରୁ ପ୍ରସ୍ତୁତି ସାରିଥିଲେ ବି ରାତି ୧୨ ଟା ୩୦ ଯାଏଁ ବିବାଦ ତୁଟି ନଥିଲା । ପରେ ପବନ ବେଗ ଓ ବର୍ଷାକୁ ନଜରରେ ରଖି ଚାପ ନ ଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଠାକୁର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chandan Yatra Disrupted in Puri | Chapa Khela Cancelled Amid Servitor Dispute | Argus News