Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chhatisa Nijog Meeting: ଆଜି ବସିବ ଛତିଶା ନିଯୋଗ ବୈଠକ, ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ହେବେ ଆଲୋଚନା

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
Chhatisa Nijog Meeting: ଆଜି ବସିବ ଛତିଶା ନିଯୋଗ ବୈଠକ, ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ହେବେ ଆଲୋଚନା

Key Points

ଆଜି ବସିବ ଛତିଶାନିଯୋଗ ବୈଠକ । ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ । ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବ।

ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଆସନ୍ତା ୭ ତାରିଖରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁମୋଦନ ହେବ ।


ଅଧିକ ପଢ଼ନ୍ତୁ: ନୂଆ NAC ଘୋଷଣା ପରେ କେଁ ପୁରାଇଲା ବିଜେଡି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଆସନ୍ତା ସେପ୍ଟେମ୍ବର ୧୫ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶା ନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ । ବିଶେଷ ନୀତିକାନ୍ତି ସମୟରେ କାଠରେ ତିଆରି ରାମ୍ପକୁ କିଭଳି ଅପସାରଣ କରାଯିବ, କିଭଳି ଶ୍ରଦ୍ଧାଳୁମାନେ ନାଟ ମଣ୍ଡପରେ ଶୃଙ୍ଖଳିତ ଭାବେ ଧାଡିରେ ଦର୍ଶନ କରିପାରିବେ ସେନେଇ ଛତିଶା ନିଯୋଗ ବୈଠକରେ ବିଭିନ୍ନ ସେବକ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ।


Sponsored
Chhatisa Nijog Meeting Today to Discuss Queue Darshan at Puri Temple | Argus News