Videos
|
Odisha

Cyber fraud / ଅନଲାଇନ୍ ହୋଟେଲ୍ ବୁକିଂ ନାଁରେ ସାଇବର ଠକେଇ, ୫୦ ନକଲି ୱେବସାଇଟ୍ ଓ ୪୨ ମୋବାଇଲ୍ ନମ୍ବର ବନ୍ଦ

Bikash Mohanty
Browse all articles by Bikash Mohanty
·3 hours ago·2 min read
ଅନଲାଇନ୍ ହୋଟେଲ୍ ବୁକିଂ ନାଁରେ ସାଇବର ଠକେଇ,  ୫୦ ନକଲି ୱେବସାଇଟ୍ ଓ ୪୨ ମୋବାଇଲ୍ ନମ୍ବର ବନ୍ଦ
Cyber Fraud

Key Points

ଅନଲାଇନ୍ ହୋଟେଲ୍ ବୁକିଂ ନାଁରେ ସାଇବର ଠକେଇ
ନକଲି ୱେବସାଇଟ୍ ଜରିଆରେ ପର୍ଯ୍ୟଟକଙ୍କୁ ଲୁଟୁଥିଲେ ସାଇବର ଠକ
୫୦ ନକଲି ୱେବସାଇଟ୍ ଓ ୪୨ ମୋବାଇଲ୍ ନମ୍ବର ବନ୍ଦ କଲା ପୁରୀ ପୋଲିସ୍ 
ପୁରୀ,୧୨/୧୧: :ଅନଲାଇନ୍‌ରେ ହୋଟେଲ୍ ବୁକିଂ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ। କାରଣ ହୋଟେଲ୍ ବୁକିଂ ନାଁରେ ଇଣ୍ଟରନେଟ୍‌ରେ ସକ୍ରିୟ ରହିଛି ସାଇବର ଠକଙ୍କ ଜାଲ୍। ନକଲି ୱେବସାଇଟ୍ ଓ ମୋବାଇଲ୍ ନମ୍ବର ଜରିଆରେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଲୁଟ୍ କରୁଛନ୍ତି ସାଇବର ଅପରାଧୀ। ଏହି ଠକେଇ ନେଟୱର୍କ ଉପରେ ଏବେ ବଡ଼ ଆକ୍ସନ ନେଇଛି ପୁରୀ ପୋଲିସ। ୫୦ଟି ନକଲି ହୋଟେଲ୍ ୱେବସାଇଟ୍ ଓ ୪୨ଟି ମୋବାଇଲ୍ ନମ୍ବର ବନ୍ଦ କରିଛି ପୁରୀ ପୋଲିସ୍।

ଅଗଷ୍ଟ ୨୦୨୬ରୁ ଏପର୍ଯ୍ୟନ୍ତ ପୁରୀ ସାଇବର ଥାନା ପକ୍ଷରୁ ୫୦ଟି ନକଲି ହୋଟେଲ୍ ବୁକିଂ ୱେବସାଇଟ୍ ବନ୍ଦ କରାଯାଇଛି। ଏହାସହ ଠକେଇ ପାଇଁ ବ୍ୟବହୃତ ୪୨ଟି ନକଲି ମୋବାଇଲ୍ ନମ୍ବରକୁ ମଧ୍ୟ ନିଷ୍କ୍ରିୟ କରାଯାଇଛି। ପର୍ଯ୍ୟଟକଙ୍କୁ ଅନଲାଇନ୍ ଠକେଇରୁ ସୁରକ୍ଷା ଦେବା ପାଇଁ ପୋଲିସର ଏହି ଅଭିଯାନ ଜାରି ରହିଛି।

କେମିତି ଚାଲିଥିଲା ଠକେଇ ?

ସାଇବର ଠକମାନେ ନକଲି ହୋଟେଲ୍ ବୁକିଂ ୱେବସାଇଟ୍ ତିଆରି କରି ପର୍ଯ୍ୟଟକଙ୍କୁ ନିଜ ଜାଲରେ ଫସାଉଛନ୍ତି। ଅନଲାଇନ୍‌ରେ ହୋଟେଲ୍ ଖୋଜୁଥିବା ଲୋକଙ୍କୁ ଏଭଳି ନକଲି ୱେବସାଇଟ୍ ଆକର୍ଷିତ କରିଥାଏ। ଏହାପରେ ବୁକିଂ ନାଁରେ ଟଙ୍କା ନେଇ ଠକେଇ କରାଯାଏ।

ପଢନ୍ତୁ ଏହି ଖବର: ରାତି ଅଧରେ ଆକ୍ସନ ମୋଡ୍‌ରେ ଡିସିପି, ବସ୍ତି ଗଳିକନ୍ଦିରେ ଚାଲି ଚାଲି କଲେ ପାଟ୍ରୋଲିଂ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଠକେଇରେ ନକଲି ମୋବାଇଲ୍ ନମ୍ବର ମଧ୍ୟ ବ୍ୟବହାର କରାଯାଉଛି। ଫଳରେ ପର୍ଯ୍ୟଟକମାନେ ଅସଲି ଓ ନକଲି ହୋଟେଲ୍ ବୁକିଂ ମଧ୍ୟରେ ଫରକ ଜାଣିବା କଷ୍ଟକର ହୋଇପଡ଼ୁଛି। ଏଭଳି ଠକେଇରେ ଟଙ୍କା ହରାଇବା ସହ ଅନେକ ପର୍ଯ୍ୟଟକଙ୍କ ଛୁଟି ଯୋଜନା ମଧ୍ୟ ଫସିଯାଇପାରେ।

୫୦ ନକଲି ୱେବସାଇଟ୍‌ରେ ପୋଲିସର ତାଲା

ଅନଲାଇନ୍ ହୋଟେଲ୍ ବୁକିଂ ନାଁରେ ଠକେଇ ରୋକିବାକୁ ପୁରୀ ସାଇବର ଥାନା ପକ୍ଷରୁ ନିରନ୍ତର ନଜର ରଖାଯାଉଛି। ଏହି କ୍ରମରେ ୫୦ଟି ନକଲି ୱେବସାଇଟ୍ ଓ ୪୨ଟି ମୋବାଇଲ୍ ନମ୍ବର ବନ୍ଦ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ନକଲି ବୁକିଂ ମାଧ୍ୟମରେ ଠକେଇ କରୁଥିବା ଅପରାଧୀଙ୍କ ନେଟୱର୍କକୁ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ। ତେବେ ଏହି ନକଲି ୱେବସାଇଟ୍ ପଛରେ କେଉଁମାନେ ରହିଛନ୍ତି ଏବଂ ଠକେଇର ନେଟୱର୍କ କେତେ ଦୂର ବ୍ୟାପିଛି, ତାହା ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ।

ପର୍ଯ୍ୟଟକଙ୍କ ପାଇଁ ପୋଲିସର ଚେତାବନୀ

୧.କେବଳ ଅଧିକୃତ ଓ ବିଶ୍ୱସନୀୟ ୱେବସାଇଟ୍‌ରୁ ହୋଟେଲ୍ ବୁକିଂ କରନ୍ତୁ।

୨.ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ।
୩.ହୋଟେଲ୍‌ର ଫୋନ୍ ନମ୍ବର ଓ ଠିକଣା ଯାଞ୍ଚ କରନ୍ତୁ।
୪.ଯାଞ୍ଚ ନକରି ଅଜଣା ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ନାହିଁ।

ସାଇବର ଅପରାଧୀଙ୍କ ଜାଲରୁ ବର୍ତ୍ତିବା ପାଇଁ ସଚେତନତା ହିଁ ସବୁଠାରୁ ବଡ଼ ଅସ୍ତ୍ର। ପୁରୀ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ବଡ଼ ପ୍ରଶ୍ନ, ନକଲି ୱେବସାଇଟ୍ ଓ ନମ୍ବର ବନ୍ଦ ହେବା ପରେ ସାଇବର ଠକଙ୍କ ମୂଳ ନେଟୱର୍କ ଉପରେ କେବେ ପଡ଼ିବ ପୋଲିସର ହାତ?