Videos
|
Odisha

Excise Raid / ଢାବାରେ ନିଶାର ଆସର, ବିଳମ୍ବିତ ରାତି ଯାଏଁ ଚାଲିଥିଲା ମଦ ବିକ୍ରି, ଚଢାଉ କଳା ଅବକାରୀ ବିଭାଗ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଢାବାରେ ନିଶାର ଆସର, ବିଳମ୍ବିତ ରାତି ଯାଏଁ  ଚାଲିଥିଲା ମଦ ବିକ୍ରି, ଚଢାଉ କଳା ଅବକାରୀ ବିଭାଗ
Dhaba

Key Points

ଢାବାରେ ନିଶାର ଆସର
ବିଳମ୍ବିତ ରାତି ଯାଏଁ ମଦ ବିକ୍ରି
ଚଢାଉ କଳା ଅବକାରୀ ବିଭାଗ
ଡ଼ାରଲିଂ ଢାବା ମାଲିକ ଗିରଫ
ଭୁବନେଶ୍ବର,୧୯/୧୦: ପୁରୀ: ପୁରୀ ବାଇପାସ୍‌ ରୋଡ୍‌ରେ ଥିବା ଡାରଲିଂ ଢାବାରେ ନିଶା କାରବାର ଚାଲୁଥିବା ଅଭିଯୋଗରେ ଢାବା ମାଲିକଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ରାତି ତମାମ ଢାବା ଖୋଲା ରହିବା ସହ ସେଠାରେ ବେଆଇନ ନିଶା କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଅବକାରୀ ବିଭାଗ ପକ୍ଷରୁ ରାତି ଅଧରେ ଚଢ଼ାଉ କରାଯାଇଥିଲା।

ସୂଚନା ଅନୁସାରେ, ଚଢ଼ାଉ ସମୟରେ ଢାବାରୁ ବିଭିନ୍ନ ନିଶା ସାମଗ୍ରୀ ଜବତ କରାଯାଇଛି। ଏହାପରେ ଢାବା ମାଲିକଙ୍କୁ ଗିରଫ କରିଛି ବିଭାଗ। ତେବେ ଜବତ ସାମଗ୍ରୀର ପରିମାଣ ଏବଂ ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବା ବାକି ରହିଛି। କିଛି ଦିନ ତଳେ ହୋଇଥିଲା ଜୋରଦାର ଗଣ୍ଡଗୋଳ ଡାରଲିଂ ଢାବାକୁ ନେଇ ପୂର୍ବରୁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା।

କିଛି ଦିନ ତଳେ ଢାବା ସମ୍ମୁଖରେ ଜୋରଦାର ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ସେହି ସମୟରେ ଢାବାଟି ରାତି ତମାମ ଖୋଲା ରହୁଥିବା ଏବଂ ସେଠାରେ ବେଧଡ଼କ ନିଶା କାରବାର ଚାଲୁଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଅଭିଯୋଗ ପରେ ଢାବା ଉପରେ ଅବକାରୀ ବିଭାଗର ନଜର ପଡ଼ିଥିବା କୁହାଯାଉଛି। ଶେଷରେ ଗତ ରାତିରେ ବିଭାଗୀୟ ଟିମ୍‌ ଚଢ଼ାଉ କରି ନିଶା ସାମଗ୍ରୀ ଜବତ କରିବା ସହ ମାଲିକଙ୍କୁ ଗିରଫ କରିଛି।

ପଢନ୍ତୁ ଏହି ଖବର: ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ପରଲୋକ, ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଢାବାରେ କେଉଁ ପ୍ରକାରର ନିଶା ସାମଗ୍ରୀ ରଖାଯାଇଥିଲା ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ରାତିରେ ଢାବା ଖୋଲା ରହିବା ଓ ନିଶା କାରବାର ଅଭିଯୋଗକୁ ନେଇ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୂର୍ବରୁ ଗଣ୍ଡଗୋଳ ଏବଂ ନିଶା କାରବାର ଅଭିଯୋଗ ପରେ ଅବକାରୀ ବିଭାଗର ଏହି ଚଢ଼ାଉ ଢାବାର କାର୍ଯ୍ୟକଳାପ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଆଗକୁ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।