Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀକ୍ଷେତ୍ରକୁ ଜଳ ସଙ୍କଟ, ତଳକୁ ତଳକୁ ଖସୁଛି ଜିଲ୍ଲାର ଭୂତଳ ଜଳସ୍ତର

Odisha

ଶ୍ରୀକ୍ଷେତ୍ରକୁ ଜଳ ସଙ୍କଟ, ତଳକୁ ତଳକୁ ଖସୁଛି ଜିଲ୍ଲାର ଭୂତଳ ଜଳସ୍ତର

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀକ୍ଷେତ୍ରକୁ ଜଳ ସଙ୍କଟ, ତଳକୁ ତଳକୁ ଖସୁଛି ଜିଲ୍ଲାର ଭୂତଳ ଜଳସ୍ତର

ଅର୍ଗସ ବ୍ୟୁରୋ : ପୁରୀ ସହର ସମେତ ସହରର ଭୂତଳ ଜଳସ୍ତର ହେଉଛି ନିମ୍ନଗାମୀ । ଶୁଖିଶୁଖି ଯାଉଛି ଜିଲ୍ଲା ତଥା ସହରର ଅମୃତ ଧାରା । ବିନା ସ୍ୱଇକୃତିରେ ଭୂତଳ ଜଳ ବ୍ୟବହାର ଓ ବର୍ଷାଜଳ ସଂରକ୍ଷଣର ବିଫଳତା ଯୋଗୁଁ ଏବେ ଉପୁଜିଛି ଚିନ୍ତାଜନକ ସ୍ଥିତି । ଆଗାମୀ ଜଳସଙ୍କଟରୁ ରକ୍ଷା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ହୋଇଥିବା ୨୦୨୨ର ସର୍ବେକ୍ଷଣ ରିପୋର୍ଟ ଏବେ ଜିଲ୍ଲା ପାଇଁ କାଳ ସାଜିବାକୁ ଯାଉଛି । ଭଲକରି ନଜର ପକାନ୍ତୁ ଏହି ରିପୋର୍ଟ ଉପରେ । 

ସେପଟେ ସର୍ବେକ୍ଷଣ ରିପୋର୍ଟ ମୁତାବକ, ପୁରୀ ଜିଲ୍ଲାର ଗୋପ ରାମଚଣ୍ଡୀରେ ୬.୨୮ ମିଟର । କାକଟପୁରରେ ୪.୯୪ ମିଟର । କାକଟପୁର ବ୍ଲକ ଯୋଗେଶ୍ୱରପୁରେ ୪.୬୫ ମିଟର । ଡେଲାଙ୍ଗ ରାମଚନ୍ଦ୍ରପୁରରେ ୪.୬ ମିଟର । ନିମାପଡା ଚାରିଛକରେ ୪.୪ ମିଟର । ନିମାପଡାରେ ୪.୩୫ ମିଟର । ହରିପୁରରେ ୪.୩୫ ମିଟର । ଚନ୍ଦନପୁରରେ ୪.୨୯ ମିଟର । ଦାଣ୍ଡମକୁନ୍ଦପୁରରେ ୪.୧୫ ମିଟର । ଅସ୍ତରଙ୍ଗରେ ୩.୮ ମିଟର । ସତ୍ୟବାଦୀ ସାକ୍ଷୀଗୋପାଳରେ ୩.୦୫ ମିଟର ତଳକୁ ଭୂତଳ ଜଳସ୍ତର ଖସିବାରେ ଲାଗିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବେଳେ ୨୦୨୧ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି । ସେପଟେ ସହରର ବିଭିନ୍ନ ଜାଗା ଆଖଡାରେ ଥିବା ପୁଷ୍କରିଣୀ ମାନଙ୍କର ଅବସ୍ଥା ସଙ୍ଗୀନ୍ ହୋଇଥିବା ବେଳେ ଜଗନ୍ନାଥ ବଲ୍ଲଭ ମଠରେ ଥିବା ପ୍ରାୟ ତିନୋଟି ପୋଖରି ମଧ୍ୟ ଦଳରେ ଭର୍ତ୍ତି ହୋଇ ପୋତି ହୋଇଗଲାଣା । ଯାହାକୁ ନେଇ ଆଗାମୀ ଦିନରେ ସହରରେ ଜଳସଙ୍କଟ ସମସ୍ୟା ଦେଖାଯିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ଉପରେ ବଡଧରଣର ପ୍ରଭାବ ପଡିପାରେ ବୋଲି ଆଶଙ୍କା କରଛନ୍ତି ବରିଷ୍ଠ ସେବାୟତ । 

ସେପଟେ ଭୂତଳ ଜଳସ୍ତରକୁ ସଂରକ୍ଷଣ କରିବାକୁ ହେଲେ ବର୍ଷାଜଳ ସଂରକ୍ଷଣ ଏକମାତ୍ର ବିକଳ୍ପ । ତେବେ ଜିଲ୍ଲାରେ ବ୍ୟାପକ ମାତ୍ରାରେ ବର୍ଷାଜଳ ସଂରକ୍ଷଣ ଠିକ୍ ଭାବରେ ହୋଇ ପାରୁନଥିବା ବେଳେ ପୁରୀ ସହରର ତାଳବଣିଆ ନିକଟରେ ଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ମଧ୍ୟ ଫେଲ୍ ମାରିଛି । ପୁରୀ ସହର ଓ ଜିଲ୍ଲାରେ ଜଳ ସଙ୍କଟ ଦିନକୁଦିନ ଉଦବେଗଜନକ ହେଉଥିବା ବେଳେ, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ ଏହି ରିପୋର୍ଟ ପ୍ରଶାସନ ଓ ସରକାରଙ୍କ ପାଇଁ ବଡ ଆହ୍ୱାନ ଭାବରେ ଉଭା ହୋଇଛି । 
 

Sponsored
puri district water crisis issues | Argus News