Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime In Odisha / ଶାଶୁ ପରେ ପଡ଼ିଲା ଜ୍ଵାଇଁ ପାଳି; ବୁଲ୍‌ଡୋଜର୍ ଲଗାଇ ୭ଟି ଘରକୁ ମାଟିରେ ମିଶାଇଲା ପ୍ରଶାସନ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଶାଶୁ ପରେ ପଡ଼ିଲା ଜ୍ଵାଇଁ ପାଳି; ବୁଲ୍‌ଡୋଜର୍ ଲଗାଇ ୭ଟି ଘରକୁ ମାଟିରେ ମିଶାଇଲା ପ୍ରଶାସନ
Bulldozer Action in Puri: Drug Peddler Son-in-Law’s 3 Houses Demolished

Key Points

ପ୍ରଥମେ ଶାଶୁଙ୍କ ପରେ ଏବେ ପୁରୀ ପୋଲିସର ନଜର ପଡ଼ିଛି ଜ୍ଵାଇଁ ଉପରେ । ଅପରେସନ୍ ଚକ୍ରରେ ପୁରୀ ପୋଲିସ ନିଶା ବେପାରୀ ଜ୍ଵାଇଁର ତିନି ତିନୋଟି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ।
ପୁରୀ: ସରକାରୀ ଜାଗା ମାଡ଼ି ବସିଥିଲେ । ଘର କରି ବିକ୍ରି କରୁଥିଲେ ବ୍ରାଉନ୍ ସୁଗର । ଶାଶୁ ସହ ମିଶି ଜ୍ଵାଇଁ ଚଳାଇଥିଲା ଡ୍ରଗ୍ସ କାରବାର । ପ୍ରଥମେ ଶାଶୁଙ୍କ ପରେ ଏବେ ପୁରୀ ପୋଲିସର ନଜର ପଡ଼ିଛି ଜ୍ଵାଇଁ ଉପରେ । ଅପରେସନ୍ ଚକ୍ରରେ ପୁରୀ ପୋଲିସ ନିଶା ବେପାରୀ ଜ୍ଵାଇଁର ତିନି ତିନୋଟି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ।

ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଜାରି ରହିଛି ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ସଦର ଥାନା ଅନ୍ତର୍ଗତ ନୀଳଚକ୍ରନଗରରେ ଥିବା ଟିକି ଖାନଙ୍କ ଦୁଇଟି ଘର ସହ ହୁଳୁହୁଳିଆ ପୋଲ ନିକଟରେ ଥିବା ଆଉ ଏକ ଘରକୁ ଉଚ୍ଛେଦ କରାଯାଇଛି । ମଙ୍ଗଳବାର ଟିକି ଖାନର ୩ଟି ଘର ମାଟିଲେ ମିଶିଛି ।

ଏଥିସହ ପଢ଼ନ୍ତୁ: IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି

ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଘର ଭଙ୍ଗାଯାଇ ଟିକି ମାଡ଼ି ବସିଥିବା ଜମିକୁ ପ୍ରଶାସନ ଦଖଲକୁ ନେଇଛି । ପ୍ରଥମେ ବିଦ୍ୟୁତ କର୍ମଚାରୀ ଲାଇନ୍ କାଟିବା ପରେ ତିନୋଟି ଘରକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି । ଆଗକୁ ନିଶା ବେପାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛି ପ୍ରଶାସନ ।

ଏହା ପୂର୍ବରୁ ଡିସେମ୍ବର ୪ ତାରିଖରେ ପୁରୀରେ ବୁଲ୍‌ଡୋଜର୍ ବୁଲିଥିଲା । ଟିକି ଖାନଙ୍କ ଶାଶୁ ସୁକାନ୍ତି ପଣ୍ଡାଙ୍କ ଘର ମାଟିରେ ମିଶାଇଥିଲା ପ୍ରଶାସନ । ନୀଳଚକ୍ର ନଗରରେ ଥିବା ସୁକାନ୍ତିଙ୍କ ୪ ବଖରା ଘରକୁ ବୁଲ୍‌ଡୋଜର୍ ଲଗାଇ ପ୍ରଶାସନ ଭାଙ୍ଗି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଦିନେ ଦେଶ ପାଇଁ ଗୌରବ ଆଣିଥିଲେ, ଏବେ ତେଲ ଦୁର୍ନୀତିରେ ବନ୍ଧାହେବେ

କିଛିଦିନ ତଳେ ୨୦୦ ଗ୍ରାମ୍ ବ୍ରାଉନ ସୁଗର ସହ ଧରାପଡ଼ିଥିଲେ ସୁକାନ୍ତି ପଣ୍ଡା । ଯାହା ପରେ ପୁରୀ ପୋଲିସ ଆକ୍ସନ୍ ମୋଡକୁ ଆସି ସରକାରୀ ଜମିରେ କରିଥିବା ଘରକୁ ଭାଙ୍ଗିଥିଲା । ଏବେ ଶାଶୁ ପରେ ଜ୍ଵାଇଁ ଜବରଦଖଲ କରି କରିଥିବା ଘରକୁ ପ୍ରଶାସନ ମାଟିରେ ମିଶାଇ ନିଶା ବେପାରୀଙ୍କୁ କଡ଼ା ବାର୍ତ୍ତା ଦେଇଛି । ସୁକାନ୍ତି ପଣ୍ଡାଙ୍କ ଜ୍ୱାଇଁ ଟିକି ଖାନ ବାଲି ଚୋରାଚାଲାଣ ଠାରୁ ଆରମ୍ଭ କରି ବ୍ରାଉନସୁଗାର କାରବାର ଭଳି ୧୭ଟି ମାମଲାରେ ସମ୍ପୃକ୍ତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Police Crack Down on Drug Mafia, 7 Illegal Houses Razed | Argus News | Argus News