Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Arjuna Ranatunga / ଦିନେ ଦେଶ ପାଇଁ ଗୌରବ ଆଣିଥିଲେ, ଏବେ ତେଲ ଦୁର୍ନୀତିରେ ବନ୍ଧାହେବେ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଦିନେ ଦେଶ ପାଇଁ ଗୌରବ ଆଣିଥିଲେ, ଏବେ ତେଲ ଦୁର୍ନୀତିରେ ବନ୍ଧାହେବେ
Arjuna Ranatunga Oil Corruption Case: Arrest Likely

Key Points

୧୯୯୬ରେ ବିଶ୍ଵକପ୍ ବିଜୟୀ ଶ୍ରୀଲଙ୍କା ଦଳର ଅଧିନାୟକ ଅର୍ଜୁନ ରଣତୁଙ୍ଗା ଗିରଫ ହେବେ । ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ବେଳେ ହୋଇଥିବା ଦୁର୍ନୀତି ମାମଲାରେ ରଣତୁଙ୍ଗାଙ୍କୁ ଗିରଫ କରିବ ଶ୍ରୀଲଙ୍କା ।
ନୂଆଦିଲ୍ଲୀ: ଦିନେ ଦେଶ ତାଙ୍କ ପାଇଁ ଗର୍ବରେ ଛାତି ଫୁଲାଉଥିଲା । ତାଙ୍କ ସୁରକ୍ଷାରେ ରହୁଥିଲା ପୋଲିସ ବଳୟ । କିନ୍ତୁ ଏବେ ତାଙ୍କ କାମ ପାଇଁ ସେହି ପୋଲିସ ପିନ୍ଧାଇବାକୁ ଯାଉଛି ହାତକଡ଼ି । ତୈଳ ମନ୍ତ୍ରୀ ଥିବାବେଳେ ସେ କରିଥିବା ତୈଳ ଦୁର୍ନୀତି ପାଇଁ ଗିରଫ ହେବାକୁ ଯାଉଛନ୍ତି ।

୧୯୯୬ରେ ବିଶ୍ଵକପ୍ ବିଜୟୀ ଶ୍ରୀଲଙ୍କା ଦଳର ଅଧିନାୟକ ଅର୍ଜୁନ ରଣତୁଙ୍ଗା ଗିରଫ ହେବେ । ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ବେଳେ ହୋଇଥିବା ଦୁର୍ନୀତି ମାମଲାରେ ରଣତୁଙ୍ଗାଙ୍କୁ ଗିରଫ କରିବ ଶ୍ରୀଲଙ୍କା । ସୋମବାର ଶ୍ରୀଲଙ୍କାର ଏକ କୋର୍ଟ ଅର୍ଜୁନ ରଣତୁଙ୍ଗା ଏବଂ ତାଙ୍କ ଭାଇଙ୍କ ନାଁରେ ତୈଳ ଦୁର୍ନୀତି ମାମଲାରେ ଦୁର୍ନୀତି ଧାରା ଲଗା ଯାଇଛି ।

ଏଥିସହ ପଢ଼ନ୍ତୁ: IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି

ଅଭିଯୋଗ ଅନୁସାରେ, ରଣତୁଙ୍ଗା ଓ ତାଙ୍କ ଭାଇ ଦୀର୍ଘକାଳୀନ ତୈଳ ଆମଦାନୀ କଣ୍ଟ୍ରାକ୍ଟର ପ୍ରକ୍ରିୟାକୁ ବଦଳାଇ ଦେଇଥିଲେ । ଯେଉଁଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୭ଟି କ୍ରୟରେ ଶ୍ରୀଲଙ୍କା ପ୍ରାୟ ୮୦୦ ମିଳିୟନ୍ ଶ୍ରୀଲଙ୍କାନ ଟଙ୍କା ହରାଇଥିଲା । ୨୦୧୭ରେ ଏହି ତୈଳ କ୍ରୟ ହୋଇଥିଲା ।

ଏହାପରେ ତୈଳ ଦୁର୍ନୀତିରେ ଲାଞ୍ଚ କାରବାର ନେଇ ତଦନ୍ତ କରିଛନ୍ତି କମିଶନ । ଏବେ ଅର୍ଜୁରନ ରଣତୁଙ୍ଗା ବିଦେଶରେ ଅଛନ୍ତି । ସେ ଫେରିଲେ ଶ୍ରୀଲଙ୍କା ତାଙ୍କୁ ଗିରଫ କରିପାରେ । ଏନେଇ କଲମ୍ବୋ କୋର୍ଟରେ ସୂଚନା ଦେଇଛନ୍ତି କମିଶନ ।

ଏହି ମାମଲାରେ ଶ୍ରୀଲଙ୍କା ପୋଲିସ ରଣତୁଙ୍ଗାଙ୍କ ଫାଇ ଧାମ୍ମିକା ରଣତୁଙ୍ଗାକୁ ଗିରଫ ସୋମବାର ଗିରଫ କରିଥିଲା । ଗିରଫ ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଶ୍ରୀଲଙ୍କାର କେୟଲନ୍ ପେଟ୍ରୋଲିୟମ୍ କର୍ପୋରେସନ୍‌ର ଅଧ୍ୟକ୍ଷ ହେଉଛନ୍ତି ଧାମ୍ମିକା ରଣତୁଙ୍ଗା ।

ଧାମ୍ମିକାଙ୍କ ପାଖରେ ଶ୍ରୀଲଙ୍କା ସହ ଆମେରିକାର ନାଗରିକତା ରହିଛି । ଏବେ ଧାମ୍ମିକାଙ୍କୁ ବେଲ୍ ମିଳିଥିବା ବେଳେ ସେ ବିଦେଶ ଯାଇ ପାରିବେ ନାହିଁ । ତାଙ୍କ ବିଦେଶ ଗସ୍ତ ଉପରେ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୩ ତାରିଖରେ ହେବ ।

ଏଥିସହ ପଢ଼ନ୍ତୁ: ୧୧ ଦିନ ତଳେ ହୋଇଥିଲା ବିବାହ; ଖେଳ ବେଳେ ସେଲ୍ଫି ପାଇଁ କହି ଗୁଳି ମାରିଦେଲେ

୬୨ ବର୍ଷୀୟ ଅର୍ଜୁନ ରଣତୁଙ୍ଗା ୧୯୯୬ରେ ଶ୍ରୀଲଙ୍କା ଦଳର ଅଧିନାୟକ ଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ନେତୃତ୍ଵରେ ଶ୍ରୀଲଙ୍କା, ଅଷ୍ଟ୍ରେଲିଆକୁ ହରାଇ ବିଶ୍ଵକପ୍ ହାତେଇଥିଲା । ଦେଶ ପାଇଁ ଗୌରବ ଆଣିଥିଲେ ଅର୍ଜୁନ ରଣତୁଙ୍ଗା

ଗତବର୍ଷ ଅନୁରା କୁମାରା ଦିସାନାୟକେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ ରଣତୁଙ୍ଗାଙ୍କ ଅନ୍ୟ ଜଣ ଭାଇ ମଧ୍ୟ ଗତମାସରେ ବୀମା ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1996 World Cup Hero Arjuna Ranatunga Faces Arrest in Oil Corruption Case | Argus News | Argus News