Police Encounter / ଆକ୍ସନ ମୋଡରେ ପୋଲିସ, ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର
·1 hour ago·2 min read

Key Points
ପୁରୀରେ ଏନ୍କାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ଅପରାଧୀ ଚନ୍ଦନ ଜେନାକୁ ଏନ୍କାଉଣ୍ଟର
ପୋଲିସ ଦଳ ଉପରେ ଗୁଳି ଚଳାଇଥିବା ଅଭିଯୋଗ
ପୋଲିସର ପାଲଟା ଗୁଳି ଚାଳନାରେ ଆହତ ଚନ୍ଦନ

ପୁରୀ,୩୧/୦୫: ପୁରୀରେ ଏନକାଉଣ୍ଟର। ଦୁର୍ଦ୍ଧାନ୍ତ ଅପରାଧୀଚନ୍ଦନ ଜେନାଙ୍କୁ ଏନକାଉଣ୍ଟର କରିଛି ପୁରୀ ପୋଲିସ। ଓମକାରେଶ୍ବର ମନ୍ଦିର ନିକଟରେ ଏହି ଏନକାଉଣ୍ଟର ହୋଇଛି। ପୁଲିସ ଓ ଚନ୍ଦନ ମଧ୍ୟରେ ସାମ୍ନାସାମ୍ନି ଗୁଳିବିନିମୟ ବେଳେ ଚନ୍ଦନର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଫଳରେ ସେ ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ତାକୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବାସେଳିସାହି ପୋଲିସ ଥାନାକୁ ସୂଚନା ମିଳିଥିଲା ଅପରାଧିକ କାର୍ଯ୍ୟକଳାପ ପାଇଁ କିଛି ବ୍ୟକ୍ତି ଶ୍ରୀସେତୁ ରୋଡ୍ ଅଞ୍ଚଳରେ ଯୋଜନା କରୁଛନ୍ତି। ଜାତୀୟ ରାଜପଥରେ ଡକାୟତି କରିବାକୁ ସେମାନେ ଯୋଜନା କରୁଥିଲେ। ସୂଚନା ପାଇ ତୁରନ୍ତ ବାସେଳିସାହି ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲେ। ଅପରେସନ ସମୟରେ ଓମକାରେଶ୍ୱର ମନ୍ଦିର ନିକଟରେ ସନ୍ଦେହଜନକ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ପୋଲିସ ଫୋର୍ସକୁ ଦେଖି ସେମାନେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ। ବାଇକରୁ ପଡ଼ିଯିବା ପରେ ଅଭିଯୁକ୍ତ ଜଣକ ,ପୋଲିସ ଦଳ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଏହି ଗୁଳି ବିନିମୟ ସମୟରେ ଅଭିଯୁକ୍ତ ଚନ୍ଦନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଆହତ ଅଭିଯୁକ୍ତକୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚନ୍ଦନ ବିରୋଧରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି।
ପଢନ୍ତୁ ଏହି ଖବର: ଅପରାଧୀଙ୍କୁ ଏଥର ନିସ୍ତାର ନାହିଁ, ଝାରସୁଗୁଡାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ଚନ୍ଦନ ଜେନାର ଘର କୋଣାର୍କ ଥାନା ଅଧୀନ ହାଟଦଣ୍ଡା ଅଞ୍ଚଳରେ। ତାଙ୍କ ନାମରେ ଏକାଧିକ ମାମଲା ରହିଛି। ଚନ୍ଦନ ଜଣେ ପେଶାଦାର ଅପରାଧୀ। ତା ନାମରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି। ପୁଲିସ ଦୀର୍ଘ ଦିନ ହେବ ତାକୁ ଖୋଜୁଥିଲା। ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବାସେଳୀ ସାହି ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ସେପଟେ ଗତ ୨୯ ତାରିଖରେ ଝାରସୁଗୁଡ଼ାରେ ହୋଇଥିଲା ଏନକାଉଣ୍ଟର। ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର ପରେ ଏବେ ଝାରସୁଗୁଡ଼ା ପରେ ପୁରୀରେ ହୋଇଛି ଏନକାଉଣ୍ଟର । ଅପରାଧୀଙ୍କୁ ମୁହଁତୋଡ ଜବାବ ଦେଉଛି ଓଡ଼ିଶା ପୋଲିସ । ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ପୋଲିସର ବଡ଼ଧରଣର ଏନକାଉଣ୍ଟର ହୋଇଛଇ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories