|
logo
Live
Argus News App
GET APP

Argus News - ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ

Odisha

Puri Excise Policy / ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ

Sushanta Sahoo
Browse all articles by Sushanta Sahoo
·1 week ago·2 min read
ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ
Liquor Ban Near Srimandir

Key Points

ବଡ଼ଦାଣ୍ଡରେ ଚଳିତ ବର୍ଷ ଠାରୁ ରଥଯାତ୍ରା ସମୟରେ ଖାଦ୍ୟ ପରସା ଯାଇପାରିବ ନାହିଁ । ଆଉ ଏବେ ଶ୍ରୀମନ୍ଦିର ପରିସରର ଏକ କିମି ମଧ୍ୟରେ ମଦ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବ ନାହିଁ ।
ପୁରୀ: ବଡ଼ ଦାଣ୍ଡ ଓ ଶ୍ରୀମନ୍ଦିର ଆଖପାଖରେ ଖୋଲିବନି ମଦ ଦୋକାନ । ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ରର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ ଦିଆଯାଇଛି । ତିନି ବର୍ଷିଆ ମଦ ନୀତିରେ ଅଧ୍ୟାତ୍ମିକ କ୍ଷେତ୍ରର ପବିତ୍ରତାକୁ ଗୁରୁତ୍ଵ ଦିଆଯାଇଥିବାରୁ ସ୍ୱାଗତ କରିଛନ୍ତି ଭକ୍ତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ।

ପୁରୀ ଶ୍ରୀମନ୍ଦିର ଠାରୁ ସାଢ଼େ ତିନି କିମିର ବଡ଼ଦାଣ୍ଡ । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସାଧାରଣତଃ ବୁଝାଉଥିଲେ ବି ଏହା ସଂଲଗ୍ନ ଗଳି ଗୁଡ଼ିକୁ ବି ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ଵ ଦିଆଯାଇଥାଏ । ଶ୍ରୀକ୍ଷେତ୍ରର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ସହ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ କୌଣସି ଅବକାରୀ ଦୋକାନ ଚାଲିବ ନାହିଁ । ଏପରି ନୀତି ଆଣିଛନ୍ତି ସରକାର ।

ଏଥିସହ ପଢ଼ନ୍ତୁ: ମଦର ଅନଲାଇନ ହୋମ୍ ଡେଲିଭରୀ ଉପରେ ବି ଲାଗିଲା ରୋକ୍

ବଡ଼ଦାଣ୍ଡରେ ଚଳିତ ବର୍ଷ ଠାରୁ ରଥଯାତ୍ରା ସମୟରେ ଖାଦ୍ୟ ପରସା ଯାଇପାରିବ ନାହିଁ । ଆଉ ଏବେ ଶ୍ରୀମନ୍ଦିର ପରିସରର ଏକ କିମି ମଧ୍ୟରେ ମଦ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବ ନାହିଁ । ଏନେଇ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଅବକାରୀ ବିଭାଗକୁ କଡ଼ା ସୁପାରିସ କରାଯାଇଛି ।

ପୁରୀ ଶ୍ରୀମନ୍ଦିରକୁ ଘେରିଥିବା ଏକ କିମି ପରିଧିରେ ମଦ ବିକ୍ରି ନିଷେଧ ହେବାକୁ ଯାଉଛି । ମାର୍କେଟ ଛକ ସଂଲଗ୍ନ ଗଳିରେ ମାଛ ବିକ୍ରି ପର୍ଯ୍ୟଟକଙ୍କୁ ତିକ୍ତ ଅନୁଭୂତି ଦେବା ସହ ହୋଟେଲ ରେଷ୍ଟୁରାଣ୍ଟ ସମେତ ଉଠା ଦୋକାନରେ ଆମିଷ ବିକ୍ରିକୁ ଘୋର ବିରୋଧ କରୁଛନ୍ତି ଭକ୍ତ ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ବଡ଼ଦାଣ୍ଡରେ ମଦ ଦୋକାନ ଏବେ ନଥିଲେ ମଧ୍ୟ ସଂଲଗ୍ନ ସ୍ଥାନ ଗୁଡ଼ିକରେ ରହିଛି । ତେବେ ନୂତନ ନୀତି ବଳରେ ଆଗାମୀ ଦିନରେ ଆଉ ପବିତ୍ର ସ୍ଥାନରେ ମଦ ଲାଇସେନ୍ସ ନ ଦେବାକୁ ନିୟମକୁ ଆଗାମୀ ଦିନରେ ଏକ ଉଦାହରଣ ଭାବରେ ନିଆଯାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Excise Policy: ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ | Argus News