Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ବାଣ ଟ୍ରାଜେଡି: ୪ଜଣଙ୍କୁ ଗିରଫ କଲା ପୋଲିସ

Ritu Das
Browse all articles by Ritu Das
·2 years ago·2 min read
ପୁରୀ ବାଣ ଟ୍ରାଜେଡି: ୪ଜଣଙ୍କୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଟ୍ରାଜେଡି ପ୍ରସଙ୍ଗ। ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସମସ୍ତ ଚାରିଜଣ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇପିସିର ଦଫା 286, 324, 324, 304 ଇତ୍ୟାଦି ଲାଗିଛି। ତେବେ ଗିରଫ ଚାରିଜଣ ଅଭିଯୁକ୍ତ ହେଉଛନ୍ତି ଚାରିଛକ ଅଞ୍ଚଳର। 

ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଶାନ୍ତ ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ବୁଦ୍ଧିଆ ଭୋଇ ଏବଂ ଜଗନ୍ନାଥ ରାଉତ। ଗିରଫ ଚାରିଜଣଙ୍କ ନିକଟରୁ  46 କିଲୋ ପୋଟାସିୟମ ନାଇଟ୍ରେଟ, 30 କିଲୋ ଚାରକୋଲ୍ ପାଉଡର, 8 କିଲୋ ଗନ୍ ପାଉଡର, 5 କେଜି ସଲଫର, 85ଟି ହାତ ତିଆରି ଜୀବନ୍ତ ବୋମା, 63ଟି ବଡ ହାବେଳି ବାଣ ଏବଂ ଅନ୍ୟାନ୍ୟ ବାଣ ଜବତ ହୋଇଛି। ଚାରିଜଣଙ୍କ ମଧ୍ୟରେ ଦୁଇଜଣ ବାଣ ବ୍ୟବସାୟ ଓ ଦୁଇଜଣ କାରିଗର ରହିଛନ୍ତି। ସେପଟେ ଏହି ଘଟଣାରେ ପୋଲିସ ନିଜ ଆଡୁ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଦୁଇଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଚନ୍ଦନ ଭୋଇ ଓ ଅନ୍ୟ ଜଣକ ହେଉଛନ୍ତି କେ.ରାଜୁ ରାଓ। ଚନ୍ଦନ ଭୋଇ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ବେଳେ କେ.ରାଜୁ ରାଓ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ତେବେ ଚାରିଜଣ ଗିରଫଙ୍କ ମଧ୍ୟରୁ ପ୍ରଶାନ୍ତ ନାୟକ ଓ ଟୁକୁ ରଞ୍ଜନ ସ୍ୱାଇଁଙ୍କୁ ପୋଲିସ ଲାଇସେନ୍ସ ଥାଇ ମଧ୍ୟ ବେଆଇନ ଭାବେ ଉଚ୍ଚ ଶବ୍ଦ ବିସ୍ଫୋରଣ ବାଣ ପ୍ରସ୍ତୁତ କରି ଅଭିଯୁକ୍ତ ଚନ୍ଦନ ଭୋଇଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିଛି। ସେହିପରି ବୁଦ୍ଧିଆ ଭୋଇ ଓ ଜଗନ୍ନାଥ ରାଉତଙ୍କୁ ବାଣ ତିଆରି କରିବା ଅଭିଯୋଗରେ ଗିରଫ କରିଛି। ଯାହାକୁ ନେଇ ଟୁକୁ ରଞ୍ଜନ ସ୍ୱାଇଁଙ୍କ ବଡଭାଇ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଥିବା ବେଳେ ପୋଲିସ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କହିଛନ୍ତି। ସେପଟେ ଅଭିଯୁକ୍ତଙ୍କ ଓକିଲ ମଧ୍ୟ ଏହାକୁ ଷଡଯନ୍ତ୍ର ବୋଲି କହିଥିବା ବେଳେ ଖୁବଶୀଘ୍ର ଜିଲ୍ଲା ଜଜଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Puri FireCrackers | Argus News