Heavy Rain in Puri / ଲଗାଣ ବର୍ଷାରେ ବେହାଲ ପୁରୀ, ମେଡିକାଲରେ ପଶିଲା ପାଣି
·9 months ago·3 min read

Key Points
ଲଗାଣ ବର୍ଷାରେ ବେହାଲ୍ ପୁରୀ । ବଡ଼ ଦାଣ୍ଡ ସମେତ, VIP ରୋଡ଼, ମେରାଇନ ଡ୍ରାଇଭ୍ ରୋଡ଼ ହେଲା ଜଳମଗ୍ନ । ସଦର ମୁଖ୍ୟ ଚିକିତ୍ସାଳୟ ଭିତରେ ପଶିଲା ପାଣି।
ପୁରୀ ମେଡିକାଲରେ ପଶିଲା ପାଣି l ବର୍ଷାରେ ପ୍ରଭାବିତ ହେଲା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ । ମହିଳା ମେଡିସିନ୍ ଓ୍ବାର୍ଡରେ ରୋଗୀ ହନ୍ତସନ୍ତ ହୋଇଛନ୍ତି l ଆଜି ପୁରୀରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବଡ଼ ଡାକ୍ତରଖାନା ଜଳାର୍ଣ୍ଣବ ହୋଇଛି । ମହିଳା ମେଡିସିନ ଓ୍ବାର୍ଡରେ ପାଣି ଜମିଥିଲା । ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ମେଡିକାଲରେ ବର୍ଷା ପାଣି ପଶିବା ପରେ ଡାକ୍ତର ନର୍ସଙ୍କଠାରୁ ଆରମ୍ଭ କରି ରୋଗୀମାନେ ପାଣି ଭିତରେ ଯିବା ଆସିବା କରୁଛନ୍ତି । ୱାର୍ଡ ଭିତରେ ଲୋକମାନେ ବେଡରେ ଥିବାବେଳେ ତଳେ ପାଣି ରହିଛି । ଆଉ ଜଣେ ବୃଦ୍ଧା ତଳେ ଗୋଟିଏ ଗଦି ଉପରେ ବସିଥିବାବେଳେ ତାଙ୍କୁ ଘେରି ରହିଛି ପାଣି । ପୁରୀ ଜିଲ୍ଲାର ସଦର ମୁଖ୍ୟ ଚିକିତ୍ସାଳୟ ଉପରେ ପୁରୀ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ସହ ପୁରୀକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ନିର୍ଭର କରନ୍ତି । କିନ୍ତୁ ଏଠାରେ ଏମିତି ଅବସ୍ଥା ଚିନ୍ତାଜନକ ।
ସେହିପରି ଘଣ୍ଟାଏ ମଧ୍ୟରେ ପୁରୀରେ ୩୩.୬ ମିଲିମିଟର ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହି ବର୍ଷା ରେକର୍ଡ କରାଯାଇଛି । ଆଜି ପ୍ରବଳ ବର୍ଷାରେ ହନ୍ତସନ୍ତ ହୋଇଛନ୍ତି ପୁରୀବାସୀ ଓ ପର୍ଯ୍ୟଟକ । ପୂର୍ବରୁ କୌଣସି ବଡ଼ ବର୍ଷାର ସୂଚନା ନଥିଲା । କିନ୍ତୁ ଅପରାହ୍ନରେ ୨ଟା୩୦ରୁ ୩ ଟା୩୦ ପର୍ଯ୍ୟନ୍ତ ଘଣ୍ଟାଏ ପ୍ରବଳ ବର୍ଷା ପୁରୀରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି । ବଡ଼ ଦାଣ୍ଡ ସମେତ VIP ରୋଡ୍, ମେରାଇନ ଡ୍ରାଇଭ୍ ରୋଡ୍ ସବୁ ସ୍ଥାନରେ ପାଣି ଜମିଥିବାର ଦେଖିବାକୁ ମିଳିଥିଲା ।
ସେପଟେ ପୁଣି ଓଡ଼ିଶା ଛାତିରେ ବାତ୍ୟା ଛନକା । ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ଭୟ । ୧୯୯୯ରେ ଏମିତି ଅକ୍ଟୋବର ମାସରେ ଦୁଇଟି ବାତ୍ୟା ଆସିଥିବା ବେଳେ ଏବେ ପୁଣି ୨୦୨୫ରେ ଅର୍ଥାତ୍ ୨୬ ବର୍ଷ ପରେ ଦୁଇଟି ବାତ୍ୟା ଏହି ଅକ୍ଟୋବର ମାସରେ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର GFS ମଡେଲ । ଅକ୍ଟୋବର ମାସ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ବିଦେଶୀ ମଡେଲର ଆକଳନ ମନରେ ଭୟ ସୃଷ୍ଟି କରିଛି । ଆମେରିକୀୟ GFS ମଡେଲ୍ ଅନୁସାରେ ୨ଟି ବାତ୍ୟା ମଧ୍ୟରୁ ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ। ଅନ୍ୟ ଗୋଟିଏ ବାତ୍ୟା ତାମିଲନାଡୁ ମୁହାଁ ହୋଇପାରେ । ୧୯୯୯ ମହାବାତ୍ୟା ଭଳି ଓଡ଼ିଶାମୁହାଁ ହେଉଥିବା ଆକଳନ କରାଯାଇଛି ।
ତେବେ ଏହି ବାତ୍ୟା ଭୟ ଭିତରେ ଅର୍ଗସକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି- ଓଡ଼ିଶାକୁ ବାତ୍ୟା ୱାର୍ଣ୍ଣିଂ ନାହିଁ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଇଛି ସେ ଅନୁସାରେ ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୩ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ତାମିଲନାଡୁ, ପୁଡୁଚେରୀ ଓ ନିକଟସ୍ଥ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଆଗେଇବ । ପ୍ରଭାବରେ ୨୧ ତାରିଖରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ଗତି ୩୦ରୁ ୪୦ କିମି ପବନ ବହିପାରେ ।
୨୨ରେ ଏହା କ୍ରମଶ ବଢ଼ି ଘଣ୍ଟା ପ୍ରତି ୪୦ରୁ ୫୦ ଓ ୨୩ ତାରିଖରେ ୪୫ରୁ ୫୫କିମି ପବନ ବହିବାର ଆଶଙ୍କା କରାଯାଉଛି । ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷିଣ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଥିବା ମତ୍ସ୍ୟଜୀବୀ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ଉଚିତ । ଏଥିସହ ୨୧ ତାରିଖରୁ ଦକ୍ଷିଣ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରକୁ ପ୍ରବେଶ କରିବା ଉଚିତ ନୁହେଁ । କାରଣ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।

ଅଧିକ ପଢ଼ନ୍ତୁ: ଦୀପାବଳିରେ କେତେବେଳେ ଫୁଟାଇବେ ବାଣ, ପୋଲିସ୍ ପକ୍ଷରୁ ଆସିଲା ଗାଇଡ୍ଲାଇନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories