ସରକାର ମାନୁନାହାନ୍ତି ନିୟମ, ଝୁଲୁଛି ମାଳମାଳ ଦଳୀୟ ହୋର୍ଡିଂ

ଅର୍ଗସ ବ୍ୟୁରୋ : ଆଚରଣ ବିଧି ନିୟମକୁ ଫୁ । ପୁରୀରେ ଝୁଲୁଛି ମାଳ ମାଳ ଦଳୀୟ ହୋର୍ଡିଂ । ଆଚରଣ ବିଧି ଉଲ୍ଲଂଘନକୁ ନେଇ ସିଭିଯିଲ ଆପରେ ରାଜ୍ୟରେ ୨୯୮ ଓ ଜିଲ୍ଲାରୁ ରହିଛି ୬୦ ଅଭିଯୋଗ । ପୁରୀରେ ଥିବା ହୋର୍ଡ଼ିଂରେ ରାଜ୍ୟ ସରକାରଙ୍କ ବିକାଶ ଯୋଜନାର ପ୍ରଚାର ରହିଥିବା ବେଳେ କେବଳ ନେତାଙ୍କ ମୁହଁରେ ପଡ଼ିଛି ପ୍ୟାଚ୍ । ଅର୍ଥାତ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର ଯାହା ପୁରୀର ସାମ୍ନାକୁ ଆସିଥିବା ଚିତ୍ରରୁ ସ୍ପଷ୍ଟ ହେଉଛି ।
ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ଦେଖାଦେଇଛି ତୀବ୍ର ଅସନ୍ତୋଷ । ସହରରେ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ଲାଗିଥିବା ଏହି ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା, ଜାଗା ମିଶନ ଯୋଜନା, ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ଭଳି ଯୋଜନାର ପ୍ରଚାର ରହିଛି ।
ପୁରୀର ସୁବାସବୋଷ ଛକ ଅଞ୍ଚଳ, କୁମ୍ଭାରପଡ଼ା ଅଞ୍ଚଳ, ଦତ୍ତତୋଟା ଅଞ୍ଚଳ, ଲୋକନାଥ ରୋଡ, ହେରା ଗୋହରି ସାହି, ଦାମୋଦର ରୋଡ, କଲେଜ ଛକ, ଜଟିଆ ବାବାଜୀ ଛକ, ମେଡ଼ିକାଲ ଛକ ଭଳି ଜନଗହଳି ଅଞ୍ଚଳରେ ସରକାରୀ ଯୋଜନାର ପ୍ରଚାର ଥିବା ହୋର୍ଡିଂକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ମାନେ ଅଭିଯୋଗ ମଧ୍ୟ କରିଛନ୍ତି ।
📱 Get Argus News App
✨ଖାଲି ସେତିକି ନୁହେଁ ଅନେକ ସ୍ଥାନରେ ରାଜନେତା ମାନଙ୍କର ଶୁଭେଛା ବାର୍ତ୍ତା ଥିବା ପୋଷ୍ଟର ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି । ନଜର ପକାନ୍ତୁ ଏହି ଭିଜୁଆଲ ଉପରେ କେଉଁଠି ହୋର୍ଡିଂକୁ ସମ୍ପୁର୍ଣ୍ଣ ଭାବରେ ଜରି ଘୋଡେ଼ଇ ଟେପ୍ ମରାଯାଇଥିବା ବେଳେ, ଅନେକ ସ୍ଥାନରେ କିନ୍ତୁ କେବଳ ନେତାଙ୍କ ମୁହଁରେ କପଡା ପ୍ୟାଚ ପକାଇ କାମ ଛିଡାଇ ଦେଇଛି ପ୍ରଶାସନ ।
ସେପଟେ ସହରରେ ସ୍ବଚ୍ଛ ସବାରୀ ସହ ବୁଲୁଥିବା ସ୍ବଚ୍ଛ ସାଥି ମାନଙ୍କ ମାଧ୍ୟମରେ ପ୍ରଚାର ବାଣ୍ଟୁଥିବାର ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି । ତେବେ ସ୍ବଚ୍ଛ ନିର୍ବାଚନ ପରିଚାଳନା ଦିଗରେ ରାଜ୍ୟ ସରକାରଙ୍କ ଭୂମିକା କଣ ରହିବ ତାହା ଏବେ ବଡ ପ୍ରଶ୍ନ ।