Odisha News / ବଡ଼ଦାଣ୍ଡର ଏକ ହୋଟେଲରେ ବିସ୍ଫୋରଣ; ଭୁଶୁଡ଼ିଲା ସିଲିଂ, ୩ ଗୁରୁତର
·1 hour ago·2 min read

Key Points
- ପୁରୀ ବଡ଼ଦାଣ୍ଡ ଟିପି ହୋଟେଲ ଭିତରେ ବିସ୍ଫୋରଣ
- ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ, ୩ ଗୁରୁତର
- ହୋଟେଲ ବାହାରେ ଗାଡ଼ି ଆଦି ଛିନଛତ୍ର ହୋଇ ପଡ଼ିଛି
ପୁରୀ: ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଥିବା ଏକ ହୋଟେଲରେ ବିସ୍ଫୋରଣ । ବିସ୍ଫୋରଣ ପରେ ଭୁଶୁଡ଼ିଲା ସିଲିଂ । ୩ ଜଣ ଗୁରୁତର ଆହତ, ପୁରୀ ସଦର ମହକୁମା ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଏହି ବିସ୍ଫୋରଣ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ହୋଟେଲରେ ଥିବା ଗ୍ୟାସ୍ ସିଲିଣ୍ଡରରୁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୋଟେଲରେ ଲାଗିଥିବା କାଚ ଭାଙ୍ଗି ଯାଇଛି । ହୋଟେଲ ଆଗରେ କାଚ ଗୁଣ୍ଡ ପଡ଼ିଥିବା ବେଳେ ପାର୍କିଂ ହୋଇଥିବା ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ବିସ୍ଫୋରଣ ପରେ ହୋଟେଲରେ ଥିବା କିଛି ପର୍ଯ୍ୟଟକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହ ସ୍ଥିତି ଉପରେ ନଜର ରଖିଛି । ବିସ୍ଫୋରଣ ହୋଇଥିବା ହୋଟେଲ୍ଟି ବଡ଼ ଦାଣ୍ଡରେ ରହିଛି ।
ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ନୂଆ ସମ୍ଭାବ୍ୟ ବାତ୍ୟା 'ଅକବାନ୍'; ସନ୍ଧ୍ୟାରେ ବଡ଼ ବୈଠକ, ସବୁ ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରୀ ସିଟି ଡିଏସ୍ପି କହିଛନ୍ତି, "ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟରେ ଟିପି ହୋଟେଲରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ କିଭଳି ହେଲା ତଦନ୍ତ କରୁଛୁ । ପ୍ରାଥମିକ ତଦନ୍ତରୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ପଛରେ ଆଉ କିଛି କାରଣ ରହିଛି କି ନାହିଁ ଯାଞ୍ଚ କରୁଛୁ । ଅଗ୍ନି ନିରାପତ୍ତା ସାର୍ଟିଫିକେଟର ଯାଞ୍ଚ କରଯାଉଛି ।"
ବିସ୍ଫୋରଣ ପରେ ପୁରୀ ଏସ୍ପି ପ୍ରତୀକ ସିଂହ ମଧ୍ୟ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଏସ୍ପି କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ ହେଉଛି । ଆହତଙ୍କୁ ମେଡିକାଲ୍ ନିଆଯାଇଛି । ସବୁ ଦିଗରୁ ତଦନ୍ତ କରାଯିବ ।"
ବ୍ରେକିଂ ଖବର, ଅପଡେଟ୍ ଜାରି ରହିଛି...