New Cyclone Alert / ମାଡ଼ି ଆସୁଛି ନୂଆ ସମ୍ଭାବ୍ୟ ବାତ୍ୟା 'ଅକବାନ୍'; ସନ୍ଧ୍ୟାରେ ବଡ଼ ବୈଠକ, ସବୁ ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ
·1 hour ago·3 min read

Key Points
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି
୧୬ରେ ବାତ୍ୟା ଆଶଙ୍କା
କାହିଁକି ବାତ୍ୟାର ନାଁ ଅକବାନ୍ ?
୧୬ରେ ବାତ୍ୟା ଆଶଙ୍କା
କାହିଁକି ବାତ୍ୟାର ନାଁ ଅକବାନ୍ ?
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଆସନ୍ତାକାଲି ସୁଦ୍ଧା ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏବଂ ୧୫ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଯଦି ଏହା ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରଖାଯିବ 'ଅକବାନ୍' ।
ନଭେମ୍ବର ୧୩ରୁ ୧୭ ତାରିଖ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିପାରେ । ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ପବନ ଜାରି ରହିବ । ବିଶେଷକରି ପୁରୀ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

- "ଝଟକା ପବନ ୬୫ କିମି ବେଗରେ ବହିପାରେ"
- ବାତ୍ୟା ପାଇଁ ସନ୍ଧ୍ୟାରେ ବଡ଼ ବୈଠକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, " IMDରୁ ଆସିଥିବା ରିପୋର୍ଟକୁ ଅଧ୍ୟୟନ କରୁଛୁ । ଅବପାତ ହେଲା ପରେ କେତେ କିଲୋମିଟର ଯିବ, କେଉଁ ଦିଗକୁ ଯିବ ସ୍ୱାଭାବିକ ଭାବେ ବଙ୍ଗୋପସାଗରରେ ଲଘୁଚାପ ହେଲେ କେଉଁଠି ହିଟ୍ କରିବ ରିପୋର୍ଟକୁ ଅଧ୍ୟୟନ କରୁଛୁ । ଆଜି ସନ୍ଧ୍ୟା କିମ୍ଭା ଆସନ୍ତାକାଲି ସୁଦ୍ଧା ସ୍ପଟ ହେବ ଗତିପଥ ଏବଂ ଲ୍ୟାଣ୍ଡଫଲ ଏରିଆ । କିନ୍ତୁ ଉପକୂଳ ଜିଲ୍ଲାକୁ ପ୍ରଭାବ ରହିପାରେ ତେଣୁ ଉପକୂଳ ଜିଲ୍ଲାମାନଙ୍କୁ ଆଲର୍ଟ କରାଯାଇଛି ।"
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ପୁଣି ବାତ୍ୟା; ୧୫ରେ ଅବପାତ ଓ ୧୬ରେ ନେଇପାରେ ବାତ୍ୟା ରୂପ
- କାହିଁକି ବାତ୍ୟାର ନାଁ ଅକବାନ୍ ?
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ପୁଣି ବାତ୍ୟା; ୧୫ରେ ଅବପାତ ଓ ୧୬ରେ ନେଇପାରେ ବାତ୍ୟା ରୂପ
- ସବୁ ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ